ସହରୀକରଣ ପ୍ରସ୍ତାବ….

ଆଲୋଚନା ଶିବିରରେ ବିରୋଧ କଲେ ଗ୍ରାମବାସୀ

କଟକ, ୩୧।୧(ଏସଏସନିଉଜ) ବାରଙ୍ଗବ୍ଲକ ଅନ୍ତର୍ଗତ ଦୁଇଟି ପଂଚାୟତ ମଝିରେ ସିଡିଏ ଟାଉନ ପ୍ଲାନିଂ ପ୍ରସ୍ତାବକୁ ନେଇ ଶନିବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଏକ ଆଲୋଚନା ଶିବିର ଅନୁଷ୍ଟିତ ହୋଇଯାଇଛି।ବାରଙ୍ଗ ବ୍ଲକ ସଭାଗୃହରେ ସିଡିଏ କର୍ତ୍ତୃପକ୍ଷଙ୍କ ତରଫରୁ ଆୟୋଜିତ ଜନଶୁଣାଣିରେ ରାମଦାସପୁର ପଂଚାୟତର ରତାଗଡ, ରତାଗଡ-ଲେଙ୍କାସାହି ଏବଂ ମଧୁପୁର ପଂଚାୟତର ଚଣ୍ଡୀପ୍ରସାଦ, ନୂଆସାହି ଆଦି ଗ୍ରାମର ଶତାଧିକ ମହିଳା,ପୁରୁଷ ସମେତ ବହୁ ଜନସାଧାରଣ ଯୋଗଦେଇ ନିଜ ନିଜ କ୍ଷୋଭ ପ୍ରକାଶ କରିଥିଲେ।ବିଶେଷ କରିପ୍ରସ୍ତାବିତ ଟାଉନ ପ୍ଲାନିଂ ଯୋଜନାଜମି ପରିକଳ୍ପନା ପ୍ରସ୍ତାବ,ବିକାଶ ସୁବିଧା,ପ୍ରସ୍ତାବିତ ଟାଉନ ପ୍ଲାନିଂ ଯୋଜନାଆଦି ବିଷୟରେ କରାଯାଇଥିବା ଆଲୋଚନାରେ ଗ୍ରାମବାସୀମାନେ ପୂର୍ଣ୍ଣ ରୂପରେ ବିରୋଧ କରିଥିଲେ।ସିଡିଏର ନିଷ୍ପତ୍ତି ଅନୁଯାୟୀ ରତାଗଡ,ଲେଙ୍କାସାହି ଓ ଚଣ୍ଡୀପ୍ରସାଦ ଗ୍ରାମ ଚାଷଜମିକୁ ସହରାଞ୍ଚଳ ଯୋଜନାରେ ସାମିଲ କରିବା ପାଇ ପ୍ରସ୍ତାବ ଆସିଥିଲା।ଆରମ୍ଭରୁ ଗ୍ରାମବାସୀମାନେ ଏହାକୁ ବିରୋଧ କରିବା ସହ ବିଶେଷ କରି ଚାଷ ଉପରେ ଶତକଡ଼ା ୯୦ଭାଗ ଲୋକ ନିର୍ଭର କରୁଥିବାରୁ ଓ ଚାଷଜମି ହରାଇବା ଭୟକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତ କରିବା ଆରମ୍ଭ କରିଥିଲେ।ଆଜି ସାର୍ଵ ଜନିନ ଅଭିଯୋଗ ଶିବିରରେ ସିଡିଏର ସହରୀକରଣ ପ୍ରକ୍ରିୟା ନିଷ୍ପତ୍ତିକୁ ଗ୍ରାମବାସୀମାନେ ବିରୋଧ କରିଥିଲେ।
ଯଦି ଏହି ସହରୀକରଣ ହୁଏ ତେବେ ଏକର ଏକର ଚାଷଜମି ନଷ୍ଟ ହେବା ସହ ଚାଷକରି ଜୀବିକା ମେଣ୍ଟାଉ ଥିବା ଚାଷୀମାନେ ରୋଜଗାର ହରାଇବେ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ସେପଟେ ଏହି ସହରୀକରଣ ବ୍ୟବସ୍ଥା ପାଇଁ କୌଣସି ସାଧାରଣ ଲୋକେ,ଚାଷୀ କିଭଳି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଅଭିଯୋଗ ପ୍ରକୋଷ୍ଟରେ କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରଣଦୀପ କୌର ସୋହୋଟା ସୂଚନା ଦେଇଥିଲେ।

Comments (0)
Add Comment