ସାକ୍ଷୀଗୋପାଳ ମନ୍ଦିର ଉନ୍ନତି ପାଇଁ ଡେମୋପ୍ରଦର୍ଶନ

ସାକ୍ଷୀଗୋପାଳ,୩୧/୮(ଏସଏସନିୟୁଜ)ପୁରୀ ମନ୍ଦିର ପରି ସାକ୍ଷୀଗୋପାଳ ମନ୍ଦିର ହେବ । ଖୁବ ଶିଘ୍ର କାର‌୍ୟ୍ୟ ଆରମ୍ଭ ହେବ । ମନ୍ଦିର ଚତୁପାଶ୍ୱର୍ରେ ଥିବା ଜମି ଚିହ୍ନଟ କରାଯାଇ ପ୍ରଥମେ ଉଛେଦ ପ୍ରକିୟା ଆରମ୍ଭ କରାଯିବ ।ଏଥିସହ ବକୁଳବନ, ସିଦ୍ଧବଳରାମପୀଠ, ମିନିଷ୍ଟାଡିୟମ, ମାକେର୍ଟକମ୍ଳେକ୍ସ ମଧ୍ୟ ହେବ ।ଏଥିନିମନ୍ତେ ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଆୟୋଜିତ ବୈଠକରେ ଏକ ଡୋମୋ ପ୍ରଦର୍ଶିତ ହୋଇଯାଇଛି । ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୁରୀ ମନ୍ଦିର ପରି ସାକ୍ଷୀଗୋପାଳ ମନ୍ଦିର ପର‌୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହାର ଉନ୍ନତି ଉପରେ ଆଲୋଚନା କାରଯାଇଥିଲା ।ମନ୍ଦିର ଚତୁପାଶ୍ୱର୍ ପରିଷ୍କାର ପରିଛନ୍ନତା ରହିବା ସହ ଫୁଲଗଛ, ସହିତ ବିଭିନ୍ନ କାର‌୍ୟ୍ୟ କରାଯିବ । ବକୁଳବନର ଉନ୍ନତି, ଜଗନ୍ନାଥ ସଂସ୍କୃତି ସହିତ ଜଡିତଥିବା ସିଦ୍ଧବଳରାମପୀଠର ଉନ୍ନତି, ମିନିଷ୍ଟାଡିୟମ ନିର୍ମାଣ ସହିତ ଚନ୍ଦନପୋଖରୀ ନିକଟରେ ଏକ ମାର୍କେଟ କମ୍ପେ୍ଳସ ନିର୍ମାଣ କରାଯିବା ନେଇ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି । ଏହି ବୈଠକରେ ଲୋକପ୍ରତିନିଧିମାନଙ୍କ ସହ ଜିଲ୍ଲା ଓ ବ୍ଲକ ପ୍ରତିନିଧି,ମନ୍ଦିରସେବାୟତମାନେ ମାନେ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ ।

Comments (0)
Add Comment