ସମୀକ୍ଷା କଲେ ଗଣଶିକ୍ଷାମନ୍ତ୍ରୀ

ଭଦ୍ରକ,୧/୩(ଏସ ଏସ ନିୟୁଜ)ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତା ରେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରିୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭଦ୍ରକ ଜିଲ୍ଲାର ଶିକ୍ଷା ବିଷୟରେ ଆଲୋଚନା କରିବା ସହ ମାଟ୍ରିକ ପରୀକ୍ଷା କିପରି ସୂଚାରୁ ରୂପେ ସମ୍ପର୍ଣ୍ଣ ହେବ ଓ ଜିଲ୍ଲାର ଆଦର୍ଶ ବିଦ୍ୟାଳୟ କିପରି ଶୀଘ୍ର କାର୍ଯ୍ୟକାରୀ ହେବ ସେ ସମ୍ପର୍କ ରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତକ୍ଷ ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲସାମଲ, ଭଦ୍ରକବିଧାୟକ ସଂଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ , ଧାମନଗର ବିଧାୟକ ବିଷ୍ଣୁଚରଣସେଠି, ଜିଲ୍ଲାପାଳ ଜ୍ଞାନ ଦାଶ, ପୂର୍ବତନ ବିଧାୟକ ଧାମନଗର ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଏବଂ ଜିଲ୍ଲାର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment