ସମ୍ପର୍କୀୟ ଭାଇକୁ ଟାଙ୍ଗିଆରେ ହାଣି ଥାନାରେ ଆତ୍ମସମର୍ପଣ

ନବରଙ୍ଗପୁର,୨୮/୪(ଏସଏସନିଉଜ) ପୈତୃକ ଚାଷ ଜମିକୁ ନେଇ କମଲ ଗଣ୍ଡ ନିଜ କକା କାଡ଼ିଆ ଗଣ୍ଡଙ୍କ ପୁଅ ଦେବସିଂ ଗଣ୍ଡ (୪୫)ଙ୍କୁ ଟାଙ୍ଗିଆରେ ହତ୍ୟା କରିଛି ।ଏହି ହତ୍ୟାକାଣ୍ଡରେ କମଲଙ୍କ ପତ୍ନୀ ଆଉ ଝିଅ ସହଯୋଗ କରିଥିବା ଅଭିଯୁକ୍ତ ସ୍ବୀକାର କରିଛି ।ହତ୍ୟା କରିସାରିବା ପରେ ଅଭିଯୁକ୍ତ ନିଜ ପରିବାର ସହିତ ରାଇଘର ଥାନାରେ ଆତ୍ମସମର୍ପଣ କରିଛି ।ଏହି ଘଟଣା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜପାରା ପଂଚାୟତର ହାତିବେନା ଆଦିବାସୀ ଗ୍ରାମରେ ଘଟିଛି ।। ଆଜି ସକାଳ ପ୍ରାୟ ୯ ଟା ସମୟରେ ଏହି ଚାଷ ଜମିକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା ବେଳେ କଅଁଲ ଗଣ୍ଡ ଏକ ଟାଙ୍ଗିଆ ସାହାଯ୍ୟରେ ଦେବସିଂଙ୍କ ମୁଣ୍ଡକୁ ଚୋଟ ପକାଇଥିଲା।

 

Comments (0)
Add Comment