ସଂସଦ ଘେରିବେ ଅନ୍ନଦାତା

ଆଜିର ଖବର,ତାରିଖ–୧୧-୦୭-୨୦୨୧(ରବିବାର)

୧. କେନ୍ଦ୍ର ଗୃହ ସଚିବଙ୍କ ସମୀକ୍ଷା: ହିଲ ଷ୍ଟେସନ ଓ ପର୍ଯ୍ୟଟନସ୍ଥଳୀରେ କୋଭିଡ ସଂକ୍ରମଣ ଚିନ୍ତା । ୮ଟି ରାଜ୍ୟ ସହ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ସମୀକ୍ଷା ବୈଠକ ।
୨. ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସମୀକ୍ଷା। ଗୋଆ, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ।
୩. ୮ ରାଜ୍ୟର ମୁଖ୍ୟଶାସନ ସଚିବ, ଡିଜିପି ଓ ସ୍ବାସ୍ଥ୍ୟ ସଚିବଙ୍କ ସହ ସମୀକ୍ଷା, ମାସ୍କ ସାମାଜିକ ଦୂରତା ଓ ଅନ୍ୟ ସତର୍କତା କଡ଼ାକଡ଼ି କରିବା ଉପରେ ଗୁରୁତ୍ବ। ବୈଠକରେ ନୀତି ଆୟୋଗ ସଦସ୍ୟ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓ ଆଇସିଏମ୍‌ଆର ଡିଜି ଉପସ୍ଥିତ।
୪. ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଜନ୍ମବେଦୀ ଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ । ଶୃଙ୍ଖଳିତ ରଥଯାତ୍ରା ଲାଗି ସୁରକ୍ଷାବଳୟରେ ପୁରୀ । ଆସନ୍ତାକାଲି ରାତି ୮ଟାଠାରୁ ୪୮ଘଣ୍ଟା ଲାଗି ପୁରୀରେ କର୍ଫ୍ୟୁ ଜାରି । ଆଜି ମହାପ୍ରଭୁଙ୍କ ଉଭାଯାତ୍ରା ଅନୁଷ୍ଠିତ ।
୫. ୨୪. ଦେଶରେ ନୂଆ ୪୨,୭୬୬ ସଂକ୍ରମିତ ଚିହ୍ନଟ; ୧୨୦୬ ମୃତ। ୨୪ ଘଣ୍ଟା ମଧ୍ୟରେ ୪୫,୨୫୪ ଜଣ କରୋନାରୁ ସୁସ୍ଥ ; ସୁସ୍ଥ ହେବା ହାର ୯୭.୨% ମୋଟ ଆରୋଗ୍ୟ ସଂଖ୍ୟା ୨,୯୯,୩୩,୫୩୮କୁ ବୃଦ୍ଧି ।
୬. କର୍ଫ୍ୟୁ ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ କଟକଣା। ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ତିନି ରଥରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ।
୭. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଘାରିଛି ମୂଲ୍ୟାୟନ ଚିନ୍ତା। ଦଶମ ଆଧାରରେ ମାର୍କ ଦିଆଯାଉଥିବାରୁ ଆଶଙ୍କାରେ ଛାତ୍ରଛାତ୍ରୀ ।
୮. ସିଏଚଏସଇ ମାର୍ଗଦର୍ଶିକା ଜାରି: ମାର୍କ ଦେବା ସମୟରେ କଲେଜର ଗତ ୩ ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯିବ । ଏଥିରେ ଖିଲାପ ହେଲେ ମାର୍କ ଅପଲୋଡ କରାଯାଇପାରିବ ନାହିଁ ।
୯. ସୁପ୍ରିମକୋର୍ଟ ନିର୍ଦେଶକ୍ରମେ ଯୁକ୍ତ ଦୁଇ ପରୀକ୍ଷାଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପାଇବେ ଛାତ୍ରଛାତ୍ରୀ। ପରୀକ୍ଷାଫଳ ନେଇ ଅସନ୍ତୋଷ ଥିଲେ ପରୀକ୍ଷା କରାଯାଇପାରିବ ।
୧୦. ରାଜ୍ୟରେ ଆଜି ସୁସ୍ଥ ହେଲେ ୩ହଜାର ୧୨୦ଜଣ କରୋନା ଆକ୍ରାନ୍ତ। କଟକରୁ ସର୍ବାଧିକ ୫୯୫, ଖୋର୍ଦ୍ଧାରୁ ୫୪୨, ବାଲେଶ୍ବରରୁ ୨୫୮ ସୁସ୍ଥ । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୯ଲକ୍ଷ ୯ହଜାର ୬୩୯କୁ ବୃଦ୍ଧି ।
୧୧. ୨ରୁ ଅଧିକ ସନ୍ତାନ ଥିଲେ ଉତ୍ତର ପ୍ରଦେଶରେ ସରକାରୀ ଚାକିରି ମନା। ଚାକିରିକାଳରେ ୪ଥର ଇନ୍‌କ୍ରିମେଣ୍ଟ। ମାଗଣା ସ୍ବାସ୍ଥ୍ୟ ସେବା। ସନ୍ତାନକୁ ୨୦ବର୍ଷ ପର୍ଯ୍ୟନ୍ତ ବୀମା ସୁବିଧା। ଚାକିରିକାଳରେ ୨ଥର ଅତିରିକ୍ତ ଇନ୍‌କ୍ରିମେଣ୍ଟ ।
୧୨. ଇପିଏଫ ଯୋଜନାରେ ୩ ପ୍ରତିଶତ ବୃଦ୍ଧି। ରିହାତି ଦରରେ ମିଳିବ ଘର କିମ୍ବା ଜମି। ପାଣି, ବିଜୁଳି ବିଲ୍‌ରେ ବି ରିହାତି। ସ୍କୁଲ ନାମଲେଖାରେ ମିଳିବ ଅଗ୍ରାଧିକାର। ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା ।
୧୩. ସଂସଦ ଘେରିବେ ଅନ୍ନଦାତା । ଜୁଲାଇ ୨୨ରୁ ସଂସଦ ନିକଟରେ ୨୦୦ କୃଷକ କରିବେ ବିକ୍ଷୋଭ ।
୧୪. ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କୁମ୍ବିଂ ବେଳେ ଗୁଳିବିନିମୟ । ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର। ଏୟାରଲିଫ୍ଟ ଯୋଗେ ଗୁରୁତର ୨ ଯବାନଙ୍କୁ ଅଣାଗଲା ଭୁବନେଶ୍ୱର-ଆଇଜି ଅପରେସନ ଅମିତାଭ ଠାକୁରଙ୍କ ସୂଚନା ।
୧୫. ଲେଜର ସ୍କାନିଂ ପରେ ଶ୍ରୀମନ୍ଦିରର ଫାଟ ମରାମତି କରାଯିବ। ଶ୍ରୀଗୁଣ୍ଡିଚା ପରଦିନ କରାଯିବ ଶ୍ରୀମନ୍ଦିରର ଲେଜର ସ୍କାନିଂ। ନାଟମଣ୍ଡପ, ଗର୍ଭଗୃହ, ଜଗମୋହନର ଲେଜର ସ୍କାନିଂ ହେବ ।
୧୬. କେରଳରେ ୨ ଦିନରେ ୧୪ଜିକା ଭାଇରସ କେସ ଚିହ୍ନଟ। ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମର କେରଳ ଗସ୍ତ ।
୧୭. ଭାରତୀୟ ବୈଜ୍ଞାନିକଙ୍କ ଦ୍ବାରା ଆଣ୍ଟାର୍କଟିକାରେ ଏକ ପ୍ରକାର ଉଦ୍ଭିଦ ପ୍ରଜାତି ଆବିଷ୍କାର। ଆଣ୍ଟାର୍କଟିକାରେ ଠାବ ଉଦ୍ଭିଦ ପ୍ରଜାତି ଭାରତ ନାମରେ ନାମିତ। ଭାରତ ଏବଂ ଆଣ୍ଟାର୍କଟିକାରେ ଥିବା ଭାରତର ଗବେଷଣା କେନ୍ଦ୍ର ଭାରତୀ ଅନୁଯାୟୀ ଏହାର ନାମ ରଖାଯାଇଥିବା ଜଣାଯାଇଛି ।
୧୮. ଲସ ଏଞ୍ଜେଲ୍ସ ମେୟର ଏରିକ ଗାର୍ସେଟ୍ଟି ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ଶୁକ୍ରବାର ଦିନ ଲସ ଏଞ୍ଜେଲ୍ସ ମେୟର ଏରିକ ଗାର୍ସେଟ୍ଟିଙ୍କୁ ଭାରତର ରାଷ୍ଟ୍ରଦୂତ ଭାବରେ ମନୋନୀତ କରିଛନ୍ତି ।
୧୯. ଶବ୍ଦ ପ୍ରଦୂଷଣ କଲେ ଏଣିକି ୧ ଲକ୍ଷ ଟଙ୍କା ତଣ୍ଡ ଗଣିବେ। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି(ଡିପିସିସି) ଶବ୍ଦ ପ୍ରଦୂଷଣକାରୀଙ୍କ ପାଇଁ ଜରିମାନା ରାଶି ବୃଦ୍ଧି କରିଛି।
୨୦. ଏବେ ଆଉ ଶନିବାର-ରବିବାର ଛୁଟି ନାହିଁ, ସପ୍ତାହର ସାତ ଦିନ କାମ କରିବ ଶିକ୍ଷା ମନ୍ତ୍ରଣାଳୟ ।
୨୧. ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନର ୮୫% ଅଞ୍ଚଳ ନିଜ ଦଖଲକୁ ନେଇସାରିଥିବା କହିଛନ୍ତି । ସେଥିମଧ୍ୟରେ ଇରାନକୁ ଲାଗିଥିବା ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ମଧ୍ୟ ସାମିଲ ।
୨୨. ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଏଣିକି କେବଳ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀ ରହିବ । ନିଗମରେ ଅଧ୍ୟକ୍ଷ ପଦବୀକୁ ବାଦ୍‍ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।
୨୩. ଗତକାଲି ସୁଦ୍ଧା ଦେଶରେ ମୋଟ ୪୨.୯ କୋଟି ନମୁନା ପରୀକ୍ଷା, ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ସଂପ୍ରତି ୪,୫୫,୦୩୩ ।
୨୪. ରାଜ୍ୟରେ ଗତକାଲି ଦିନକରେ ୫୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧ ।
୨୫. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ନୂଆ ୨୩୩୪ ଜଣ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୩୪୨ ଏବଂ ସ୍ଥାନୀୟ ସଂକ୍ରମିତ ୯୯୨ ରାଜ୍ୟରେ ମୋଟ ୯୦୬୫୧୯ ଜଣ ସୁସ୍ଥ ; ସଂପ୍ରତି ଓଡ଼ିଶାରେ ୨୬୩୬୪ ଜଣ ସକ୍ରିୟ ସଂକ୍ରମିତ ।
➡️ପାଳିବା କାରୋନା ନିୟମ ପାଳନ, ରୋକିବା କରୋନା ସଂକ୍ରମଣ , ଟିକା ନିଅନ୍ତୁ , କରୋନାକୁ ହରାନ୍ତୁ – ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

Comments (0)
Add Comment