ସାର ପାଇଁ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ବର,୧/୯(ଏସଏସନିୟୁଜ) : ବିଧାୟକ ଭୁବନେଶ୍ଵର (ଉତ୍ତର) ତଥା ଭୁବନେଶ୍ଵର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଆଜି କେନ୍ଦ୍ର ସରକାରଙ୍କ ଓଡ଼ିଶାର ଚାଷୀ ମାନଙ୍କ ପ୍ରତି ଅବହେଳା ପ୍ରତିବାଦ ଏବଂ ଆମ ରାଜ୍ୟକୁ ଚଳିତ ଖରିଫ ଫସଲ ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ରାସାୟନିକ ସାର ଯଥା ୟୁରିଆ, ଡି. ଏ. ପି ଓ ଏମ. ଓ. ପି ସାର ଯୋଗାଣ କରାଯାଇନଥିବା ବିରୋଧରେ ଆଜି ବିଜୁ କୃଷକ ଜନତା ଦଳ ତରଫରୁ ରାଜଭବନ ସମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏ ବିଷୟରେ ସାର ଓ ରାସାୟନିକ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖୁ ଅବଗତ କରାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ଚାଷୀର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଆଜିର ଏ ପ୍ରତିବାଦ ସଭାରେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର , ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା , ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ, ବିଧାୟକ ଅରବିନ୍ଦ ଢ଼ାଲି,ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ସମେତ ବିଜେଡିର ବହୁ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment