ଅନୁଗୁଳ,୨୦ା୩(ଏସଏସନିଉଜ)ସାତକୋଶିଆ ଅଭୟାରଣ୍ୟର ପମ୍ପାସର ରେଞ୍ଜ ତରଭା ସେକ୍ସନର ଛୋଟାମୁଣ୍ଡା ନିକଟରୁ ଏକ ମାଇହାତୀର କଙ୍କାଳକୁ ଟାସ୍କଫୋର୍ସ(ଜେଟିଏଫ୍) ଆଜି ଉଦ୍ଧାର କରିଛି ।ପାହାଡ଼ ଖୋଲ ଭିତରେ ଏହି ହାତୀ କଙ୍କାଳ ପଡ଼ିଥିଲାବେଳେ ପାଖାପାଖି ୪ ମାସ ତଳେ ହାତୀର ମୃତ୍ୟୁ ହୋଇଥିବାଅନୁମାନ କରାଯାଉଛି। ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ଭୁବନେଶ୍ବରର ଓୟୁଏଟିକୁ ନମୁନା ପଠାଯାଇଛି।