ସତ୍ୟସନ୍ଧାନର ପ୍ରଭାବ

ଖବର ପ୍ରସାରଣ ପରେ ହଟିଲା ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟ

ବାରଙ୍ଗ,୧୬/୩(ଏସ ଏସ ନିୟୁଜ)ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ କୁ ରାସ୍ତା କଡ଼ରୁ ହଟାଇଛି ବିଦ୍ୟୁତ୍ ବିଭାଗ।ଏନେଇ ‘ସତ୍ୟସନ୍ଧାନ’ ରେ ରାସ୍ତାରେ ଝୁଲୁଛି ବିଦ୍ୟୁତ ଖୁଣ୍ଟ ଶୀର୍ଷକ ଖବର ପ୍ରସାରଣ ହେବ ପରେ ତତ୍ପରତା ଦେଖାଇଛି ବିଦ୍ୟୁତ୍ ବିଭାଗ।ସୂଚନାନୁସାରେ ବାରଙ୍ଗ ବ୍ଲକ୍ କାର୍ଯ୍ୟଳୟ ଠାରୁ ମାତ୍ର ୩ ସହ ମିଟର ଦୁର ପୁରୀ ମୁଖ୍ୟ କେନାଲ କଡ଼ରେ ଥିବା ଦୁଇଟି ବିଦ୍ୟୁତ୍ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା।ଏଥିସହ ଖୁଣ୍ଟରେ ଟ୍ରାନ୍ସଫର୍ମର ମଧ୍ୟ ବସିଥିଲା।କିନ୍ତୁ ଏଥିରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।ହେଲେ ଖୁଣ୍ଟ ଟି ଏଭଳି ଭାବରେ ରାସ୍ତା ଉପରକୁ ଢ଼ଳି ହୋଇ ରହିଥିଲା ଯେ ପଥଚାରୀ ସେହି ରାସ୍ତାରେ ଯିବାକୁ ଭୟ କରୁଥିଲେ।ଉଭୟ ଖୁଣ୍ଟ ଚାରି ପାର୍ଶ୍ବରେ ଥିବା ସୁରକ୍ଷା ପ୍ରାଚୀର ମଧ୍ୟ ଭାଙ୍ଗି ଯାଇଥିଲା।ଏନେଇ ଗତକାଲି ଗୋଡିସାହି ବିଭାଗୀୟ ଜେଇ ଙ୍କ ସହ ଯୋଗାଯୋଗ କରିବା ପରେ ଖବର ପ୍ରସାରଣ କରାଯାଇଥିଲା।ତେବେ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ସେହି ସ୍ଥାନରୁ ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟ ଏବଂ ଟ୍ରାନ୍ସଫର୍ମର କୁ ହଟା ଯାଇଥିଲା।(ବାରଙ୍ଗରୁ ଗୌତମ ରାଉତ ଙ୍କ ରିପୋର୍ଟ)

Comments (0)
Add Comment