ସ୍କୁଲ୍ ଆଗରେ ଧାରଣାରେ ବସିଲେ ପିଲା

ଭଣ୍ଡାରିପୋଖରୀ,୬ା୧(ଏସଏସନିଉଜ)ଗୋଟେପଟେ ଶିକ୍ଷକଙ୍କ ଅଭାବ ଓ ଅନ୍ୟପଟେ ସଠିକଭାବେ ପାଠପଢା ହୋଇପାରୁନଥିବାରୁ ବାଧ୍ୟ ହୋଇ ବିଦ୍ୟାଳୟଆଗରେ ଧାରଣାରେ ବସିଛନ୍ତି ଗ୍ରାମବାସୀ ।ମଢ଼ିଆଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୀର୍ଘଦିନ ହେବ ଶିକ୍ଷକ ଅଭାବ ଦେଖାଦେଇଛି। ବିଦ୍ୟାଳୟରେ ୧୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ ଜଣ ଶିକ୍ଷକ ରହିଛନ୍ତି।ସେଥିମଧ୍ୟରୁ ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିଚାଳନାପାଇଁ ସରକାରୀକାର୍ଯ୍ୟରେ ବ୍ୟସ୍ତ ରହୁଥିବାବେଳେ ବାକିରହିଥିବା ୨ଜଣ ଶିକ୍ଷକଙ୍କୁ ନେଇ ଆଠଟିଶ୍ରେଣୀରେ ଥିବା ପିଲାମାନଙ୍କୁ ଠିକଭାବେ ପାଠପଢା ହୋଇପାରୁନ ଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍ତି ।ଏବିଷୟରେ ଗ୍ରାମବାସୀମାନେ ବହୁବାର ଉପରିସ୍ଥ ଅଧରକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ନୁତନଶିକ୍ଷକ ନିଯୁକ୍ତି ପ୍ରତି କେହିବି ଆନ୍ତରିକତା ଦେଖାଇନଥିଲେ ।ବାଧ୍ୟ ହୋଇ ଗ୍ରାମବାସୀମାନଙ୍କ ସହ ପିଲାମାନେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥବାର ଦେଖିବାକୁ ମିଳିଛି ।

 

 

 

Comments (0)
Add Comment