ଶିବ ଙ୍କ ବାଡିରେ ବ୍ରହ୍ମା ଙ୍କ ଫୁଲ

ବାରଙ୍ଗ:୧୧/୬(ଏସଏସଏନ୍) ସାରା ବିଶ୍ବ ଏବେ ମହାମାରୀ କରୋନା ରୁ ନେଇ ଚିନ୍ତିତ । ଆଉ ସମସ୍ତଙ୍କ ମନରେ ଗୋଟିଏ କଥା ସେଇ କରୋନା । ଏବେ ଏହି ଘଡିସନ୍ଧି ମୁର୍ହୁତ ଚାଲିଛି । ଆଉ ଏହି ଘଡିସନ୍ଧି ମୁର୍ହୁତରେ ଶିବଙ୍କ ଘରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରକେ ଚାରୋଟି ବ୍ରହ୍ମାଙ୍କ ଫୁଲ ଅର୍ଥାତ୍ ବ୍ରହ୍ମକମଳ ଫୁଲ ଫୁଟିଛି । ଏହି ଫୁଲ କୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି ।

ଆମେ ଦେବ ଦେବ ମହାଦେବ ଭଗବାବ ଶିବଙ୍କ କଥା କହୁନୁ , ଏ ଶିବ ହେଉଛନ୍ତି ଶିବ ମୁଦୁଲି । ପ୍ରକାଶ ଯେ,  ବାରଙ୍ଗ ଅଞ୍ଚଳ ତ୍ରିଶୂଳିଆ ଗ୍ରାମର ଶିବ ମୁଦୁଲିଙ୍କ ବାଡ଼ିରେ ଥିବା ବଗିଚାରେ ଆଜି 4ଟି ବ୍ରହ୍ମ କମଳ ଫୁଲ ଫୁଟି ଥିବାର ତାଙ୍କ ପରିବାର ଲୋକ ଦେଖିବାକୁ ପାଇଛନ୍ତି ।ତାଙ୍କ ବଗିଚାରେ ବିଭିର୍ଣ୍ଣ ଫୁଲଗଛ ରଖିଥିବା ବେଳେ  ଅଟ ମଧ୍ୟରେ ବ୍ରହ୍ମ କମଳ ଗଛ ମଧ୍ୟ ରଖିଥନ୍ତି । ଆଜି ସକଳେ ପୂଜା କରିବାକୁ ବଗିଚାରୁ ଫୁଲ ଆଣିବାକୁ ଯିବାବେଳେ ବ୍ରହ୍ମ କମଳ ଫୁଲ ଫୁଟିଥିବାର ଦେଖିବାକୁ ପାଇଥିଲେ ।ଏହି ଫୁଲ ଫୁଟିବା ବହୁତ ଗୁରୁତ୍ୱ ବହନ କରୁଥିବାବେଳେ ଏହାକୁ ନେଇ ପରିବାର ଲୋକ ବହୁତ ଖୁସି ଅନୁଭବ କରିଛନ୍ତି । ଏହି ଫୁଲ କୁ ଦେଖିଲେ ସବୁ ମନସ୍କାମନା ପୁରଣ ହୁଏ ବୋଲି ବିଶ୍ବାସ କରି  ଏହି ଫୁଲ କୁ ଦେଖିବାକୁ ସହିପଡ଼ିଶା ଙ୍କର ଭିଡ଼ ଲାଗିରହିଛି । ତେବେ ଏହି ଫୁଲ ଫୁଟିବା ନିଶ୍ଚିତ ଭାବରେ ଏକ ଶୁଭ ସଙ୍କେତ ଦେଇଛି । ଯାହାକୁ ନେଇ ଏବେ  ଅଞ୍ଚଳବାସୀଙ୍କ ମନରେ ବେଶ୍ ଆନନ୍ଦ ଦେଖାଦେଇଛି । ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ଫୁଟିଥିବା ଏହି ସ୍ବର୍ଗର ଫୁଲ , ସାରା ବିଶ୍ବ ଓ ବାରଙ୍ଗ ଅଞ୍ଚଳ ପାଇଁ  ଶୁଭ ସଙ୍କେତ ବୋଲି କହିବା ସହିତ କରୋନା ହଟିବ ବିଶ୍ବ ହସିବ ବୋଲି କହିଛନ୍ତି ।

Comments (0)
Add Comment