ସୋସାଇଟିଟଙ୍କା ଚୋରିକରି ଧରାପଡିଲେ ଯୁବକ

ବାରଙ୍ଗ,୨୭।୧୦(ଏସଏସ ନିଉଜ)ସୋସାଇଟି ଟଙ୍କା ଚୋରି କରିବା ଅଭିଯୋଗରେ ଶୁକ୍ରବାର ଦିନ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫକରି କୋର୍ଟଚାଳନ କରିଛି।
ପ୍ରକାଶଯେ,ହେମନ୍ତ କୁମାର ମଲ୍ଲିକ ଓ ପ୍ରମୋଦ ସୁତାର ନାମକ ବ୍ୟକ୍ତି ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରଠାରେ ଥିବା ଜିଡିଏସ ଟାୱାରର ସୋସାଇଟି ରୁମରେ ରୁହନ୍ତି । ଉକ୍ତ ସୋସାଇଟିର ମାସିକିଆ ମେଣ୍ଟେନାନ୍ସ ଖର୍ଚ୍ଚ ବାବଦକୁ ଆଦାୟ ହୋଇଥିବା ମୋଟ ୫୨,୦୦୦ ଟଙ୍କାକୁ ହେମନ୍ତ ଜଣକ ଉକ୍ତ ଜିଡିଏସ ଟାୱାରର ସୋସାଇଟି ରୁମରେ ରଖି ଶୋଇବା ନିମନ୍ତେ ଚାଲିଯାଇଥିଲେ । ସେହି ରୁମରେ ରହୁଥିବା ପ୍ରମୋଦଉକ୍ତ ଟଙ୍କାକୁ ସେଠାରୁ ଚୋରିକରି ନେଇଯାଇଥିଲେ । ଟଙ୍କା ଚୋରୀ ସମ୍ପର୍କରେ ହେମନ୍ତ ପଚାରିବାରୁ ପ୍ରମୋଦ ସେ ଟଙ୍କା ଚୋରିକରି ଥିବା ସ୍ଵୀକାର କରିବାସହ ପରେ ଫେରାଇ ଦେବ ବୋଲି କହିଥିଲା।କିନ୍ତୁ ପରବର୍ତୀ ସମୟରେ ଟଙ୍କା ନଫେରେଇ
ଫେରାର ହୋଇଯାଇଥିଲେ ।ଏ ସଂକ୍ରାନ୍ତରେ ହେମନ୍ତଙ୍କ ଅଭିଯୋଗ ଆଧାରରେ ପୋଲିସ
୧୫୧/ ୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ଶୁକ୍ରବାରଦିନ ସାଲିଆସାହିରେ ରହୁଥିବା ପାଟକୁରା କରଡ଼ିଆ ପାଟଣାର ପ୍ରମୋଦ ସୁତାରକୁ ଗିରଫ କରି କୋର୍ଟଚାଳଣ କରିଛି।ପୋଲିସ ପଚରାଉଚରା ବେଳେ ପ୍ରମୋଦ ନିଜର ଦୋଷ ସ୍ୱୀକାର କରିଥିବା ବେଳେ ଚୋରୀ ଟଙ୍କା ସବୁକୁ ସେ ଖର୍ଚ୍ଚ କରିଦେଇଥିବାର ପୋଲିସ ଆଗରେ କହିଛି।

Comments (0)
Add Comment