ଷ୍ଟ୍ରେଂଚରେ ପଡିଥିଲା ଶଣ୍ଢ

ଚନ୍ଦକା,୧୧/୧୨(ଏସ୍‌ଏସ୍‌ନିୟୁଜ) ଷ୍ଟ୍ରେଂଚରେ ପଡିଥିଲା ଶଣ୍ଢ ।ଦିନେ ନୁହେଁ,୫ଦିନ ଧରି ପଡିରହିବାକୁ ପଡିଥିଲା ।ଏହି ଖବର ପାଇ ଦେଖି ମଧ୍ୟ ନଦେଖିଲା ଭଳି ରହିଲେ ବନବିଭାଗ କର୍ମଚାରୀ ।ଶେଷରେ ସ୍ଥାନୀୟ ଅଂଚଳର ବ୍ୟକ୍ତିମାନଙ୍କ ଠାରୁ ଖବର ପାଇ ଦମକଳବାହିନୀର କର୍ମଚାରୀମାନେ ଷ୍ଟ୍ରେଂଚ ମଧ୍ୟରୁ ଶଣ୍ଢଟିକୁ ଉଦ୍ଧାରକରିବାରେ ସକ୍ଷମ ହୋଇଥିଲେ ।ଏହିଭଳି ଘଟଣା ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡା ଅଭୟାରଣ୍ୟର ଷ୍ଟ୍ରେଂଚରେ ଗୋଡିବାରି ପାଖରେ ପଡିଯାଇ ଥିବା ର ଗୋଡିବାରି ଗ୍ରାମର କିଛି ଯୁବକ ଦେଖିବାକୁ ପାଇବା ସହ ସଙ୍ଗେସଙ୍ଗେ ଚନ୍ଦକାବନବିଭାଗ କର୍ମଚାରୀମାନଙ୍କୁ ଜଚ୍ଚାଇଥିଲେ ।ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଶଣ୍ଢଟିର ଏପରି ଦୁର୍ଦ୍ଦଶା ଦେଖି ଥିଲେ ମଧ୍ୟ ଉଦ୍ଧାର କରିବା ପାଇଁ ଇକ୍ତା କରିନଥିଲେ ।ଗୋଡିବାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସାବିତ୍ରୀ ଦିଦି ପିଲାମାନଙ୍କ ସହାୟତା ରେ ଶଣ୍ଢଟିକୁ ପାଂଚଦିନ ଧରି ଖାଇବାକୁ ଦେଇଥିଲେ ।ଏହି ଖବର ଗୁରୁବାରଦିନ କୁଜିମହଲ ଗ୍ରାମରେ ହୋଇଥିବା ଗୋସାଳାରେ ଖବର ପହଁଚିଥିଲା ।ପ୍ରଭାତକୁମାରରାଉତରାୟ ଓ ଶ୍ରିନିବାସ ମାନସିଂ ଙ୍କ ସହ ଅଂଚଳର କିଛି ସହୃଦୟ ବ୍ୟକ୍ତି ଶଣ୍ଢଟିର ଏପରି ଅବସ୍ଥାଦେଖି ଦମକଳବାହିନୀର ସହାୟତା ଲୋଡିଥିଲେ ।ଶେଷରେ ଦମକଳବାହିନି କର୍ମଚାରୀ ମାନଙ୍କ ଉଦ୍ୟମ ଓ ଅଂଚଳର ଲୋକମାନଙ୍କ ସହାୟତାରେ ଶୁକ୍ରବାରଦିନ ଷ୍ଟ୍ରେଂଚ ମଧ୍ୟରୁ ଶଣ୍ଢଟିକୁ ଉଦ୍ଧାର କରାଯାଇ ଥିଲା ।

Comments (0)
Add Comment