ମୟୂରଭଞ୍ଜ,୨୩ା୭(ଏସଏସନିଉଜ) ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବାଲିଯୋଡା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ନେଇ ଥାନାରେ କୁନିମଣିଙ୍କ ଭାଇ ଗୁରା ସିଂ ଅଭିଯୋଗ କରିଛନ୍ତି। ବାଲିଯୋଡା ଗ୍ରାମର ଶୁକଦେବ ସିଂ ୨୦ ବର୍ଷ ତଳେ ଶ୍ୟାମାଖୁଣ୍ଟା ଅଞ୍ଚଳର କୁନିମଣି ସିଂ(୪୫)ଙ୍କୁ ବିବାହ କରିଥିଲେ। ତେବେ ନିଶାଖାଇ ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥାଏ ବୋଲି ଗ୍ରାମବାସୀ ଲୋକେ କହିଛନ୍ତି ।ଘର ଠାରୁ କିଛି ଦୂରରେ କୁନିମଣିଙ୍କୁ ହତ୍ୟା କରି ଶୁକଦେବ ଘରୁ ଫେରାର ହୋଇ ଯାଇଥିଲା। ପୁଲିସ ଖବର ପାଇ ଗତକାଲି ସନ୍ଧ୍ୟାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ କୁନିମଣିଙ୍କ ବେକ ଓ ଶରୀରର ଅନେକ ସ୍ଥାନରେ ଦାଗ ଥିବାର ଆଇଆଇସି ସୁଜାତା ଖମାରୀ କହିଛନ୍ତି। ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କରାଯାଇଥିବା ଜଣାଯାଇଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖିଛିପୋଲିସା