ସୁନ୍ଦରଗଡ଼,୧୯ା୯(ଏସଏସନିଉଜ)ଆଜିସକାଳୁ ସବଡେଗା ଘୁଟୁପଡାରେ ଏକ ବନ୍ଦଘରୁ ପ୍ରମିଳା ସୋରେଙ୍ଗ ନାମକ ମହିଳାଙ୍କମୃତଦେହକୁ ଉଦ୍ଧାର କରିଛି ତଳସରାଥାନାପୋଲିସ । ହତ୍ୟାର ସଠିକ କାରଣ ଜଣା ପଡ଼ିନଥିଲେ ବି ଅନୈତିକ ସମ୍ପର୍କ ସନ୍ଦେହ କରି ତାଙ୍କ ସ୍ବାମୀ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ପରେ ସ୍ବାମୀ ଅଲୀ ଫେରାର ହୋଇଯାଇଥିବାରୁ ହତ୍ୟା ସନ୍ଦେହ ଅଧିକ ଘନୀଭୂତ ହୋଇଛି।ଗତ ୧୬ ତାରିଖରେ ପତିପତ୍ନୀଙ୍କ ମଧ୍ୟରେ ସ୍ତ୍ରୀରଚରିତ୍ରକୁ ସନ୍ଦେହ କରି ପାଟିତୁଣ୍ଡ ହୋଇଥିଲା ।ଘଟଣାର ୩ ଦିନପରେ ଭଡା ଘରଭିତରୁ ଦୁର୍ଗନ୍ଧ ବାହାରିବାପରେ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରକୋଲପଭାଙ୍ଗି ମୃତଦେହକୁ ଉଦ୍ଧାର କରିଥିଲେ ।