ସ୍ତ୍ରୀର ଶବ ବୋହିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ କର୍ତୁପକ୍ଷ

ଭୁବନେଶ୍ୱର,୨/୭(ଏସଏସନିୟୁଜ) କନ୍ଧମାଳ ଫିରିଙ୍ଗିଆ ବ୍ଳକ୍ ମତିଙ୍ଗିଆ ଗାଁର ଋତୁମତି କଅଁରଙ୍କର ରକ୍ତହୀନତା ସହ କିଡନୀ ରୋଗଥିବାରୁ ଚିକିତ୍ସା ପାଇଁ ଗତ ୨୯ ତାରିଖରେ କନ୍ଧମାଳ ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତି କରାଯାଇଥିଲା । ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କ ମୃତଦେହକୁ ହସପିଟାଲରୁ ମହାପ୍ରୟାଣ ଗାଡ଼ି ପାଖକୁ ଆଣିବାକୁ କେହି ହେଲେବି ସାହାର୍ଯ୍ୟ କରିନଥିଲେ ।ହସ୍ପିଟାଲର କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ହସ୍ପିଟାଲରେ ଉପସ୍ଥିତ ସାଧାରଣ ଲୋକ ମଧ୍ୟ ସହାୟତାର ହାତ ବଢାଇନଥିଲେ ।ବାଧ୍ୟହୋଇ କାନ୍ଧରେ ସ୍ତ୍ରୀଙ୍କ ମୃତଦେହକୁ ପକାଇ ଶଶୁରଙ୍କ ସହାୟତାରେ ହସ୍ପିଟାଲରୁ ତଳକୁ ଆଣିଥିଲେ ।ଏହି ଭିଡିଓ ଭାଇରାଲ ହେବାପରେ ହସ୍ପିଟାଲ କର୍ତୁପକ୍ଷ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିଛନ୍ତି । ଜଣେ ଷ୍ଟାଫ ନର୍ସ ଓ ଜଣେ ଆଟେଡାଣ୍ଟ ନିଲମ୍ବିତ ହବାସହ ହେଲ୍ପ ଡେସ୍କର କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି କର୍ତୃପକ୍ଷ ।

Comments (0)
Add Comment