ଶୁଭେନ୍ଦୁଙ୍କୁ ମିଳିଲା‘Z+’ ସୁରକ୍ଷା

ଖବର ଆଜିର,ତାରିଖ ୧୯-୧୨-୨୦ ଶନିବାର
୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶରେ କୃଷକମାନଙ୍କୁ ସମ୍ବୋଧିତ : କୃଷକଙ୍କୁ ହାତ ଯୋଡିଲେ, ବିରୋଧୀଙ୍କୁ ଅନୁରୋଧ କଲେ: ସବୁ କ୍ରେଡିଟ୍ ନିଅ କୃଷକଙ୍କୁ ବିଭ୍ରାନ୍ତ କରନି, ଏମଏସପି ରହିଛି ଏବଂ ରହିବ ।
୨-ଆଗକୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ର ୩ରୁ ୫ ଡିଗ୍ରୀ ସେଲସିୟସ୍ କମିବ।
୩-ଗୁରୁବାର ରାତିରେ ବଲାଙ୍ଗିର ସରକାରୀ ବସ୍ ଷ୍ଟାଣ୍ଡ ନିକଟରେ ଥିବା ଫଳ ବଜାରରେ ନିଆଁ ଲାଗି ଫଳ ବେପାରୀଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡିଯାଇଛି।
୪-ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବାକୁ ବିଏମ୍‌ସିର ନିର୍ଦେଶାବଳୀ, ଛେପ ପକାଇବା ଉପରେ ଅଙ୍କୁଶ ।
୫-ସମ୍ବାଇ ସୀମାରେ ଆନ୍ଧ୍ରର ଦାଦାଗିରି। ଅମାନିଆ ଆନ୍ଧ୍ର ସମ୍ବାଇ ପଞ୍ଚାୟତରେ ପୁଣି ସୀମା ଲଙ୍ଘିଛି। ସମ୍ବାଇ ପଞ୍ଚାୟତ ସୁନାବେଡା ନିକଟରେ ୩୦୦ ମିଟର ପଶି ଆନ୍ଧ୍ର ପକ୍ଷରୁ ପିଚୁ କାମ କରାଯାଇଛି।
୬-ହାଥରସ୍ ଗଣବଳାତ୍କାର: ଚାର୍ଜସିଟ୍ ଦାଖଲ କଲା ସିବିଆଇ, ୪ ଗିରଫ।
୭-ପରୀ ମୃତ୍ୟୁ ମାମଲାରେ ଭିତ୍ତିହୀନ ଅଭିଯୋଗ ଦୁର୍ଭାଗ୍ୟଜନକ: ଓଡ଼ିଶା‌ ପୁଲିସ ।
୮-କାର୍ଯ୍ୟକାରିଣୀରେ ଓଡ଼ିଆ କାର୍ଡ଼ ଖେଳିଲେ ନବୀନ, କହିଲେ- ଓଡ଼ିଶାର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ବିଜେଡି ହିଁ ଲଢ଼େଇ କରୁଛି, ରାଜ୍ୟବାସୀ ହିଁ ବିଜୁ ଜନତା ଦଳର ବସ୍ ।
୯-୨୦ରେ ଆମେରିକାର ୪୬ତମ ରାଷ୍ଟ୍ରପତିଭାବେ ଶପଥ ନେବେ ବାଇଡେନ, ନୂଆ ସରକାରରେ ଭାରତୀୟ ବଂଶୋଦ୍ଭବଙ୍କୁ ପ୍ରାଧାନ୍ୟ
୧୦-ବିଜେପିରେ ଯୋଗଦେବା ପୂର୍ବରୁ ଶୁଭେନ୍ଦୁଙ୍କୁ ମିଳିଲା‘Z+’ ସୁରକ୍ଷା ଓ ବୁଲେଟ୍ ପ୍ରୁଫ ଗାଡି, ଇସ୍ତଫା ଗ୍ରହଣ କରୁନାହାନ୍ତି ବାଚଷ୍ପତ୍ତି .
୧୧-ଅପରାଧୀଙ୍କ ଆଡ୍ଡା ପାଲଟିଲାଣି ରାଉରକେଲା: ରାତି ୧୦ଟାରେ ଆରଜିଏଚ୍ ଓଭରବ୍ରିଜ ଉପରେ ସୁନା ଦୋକାନୀଙ୍କୁ କଲେ ଗୁଳି; ହତ୍ୟା କରି ଲୁଟିନେଲେ ଟଙ୍କା ।
୧୨-ଓଡ଼ିଶା ହେବ ଆଇଟି ପେଣ୍ଠସ୍ଥଳ, ବ୍ୟାପକ ନିଯୁକ୍ତି ସୁଯୋଗ: ମନ୍ତ୍ରୀ ।
୧୩-ଆତଙ୍କରେ ଜିଉଁଛି ପାକିସ୍ତାନ । ୟୁଏଇରେ ପ୍ରତିକ୍ରିୟା ରଖିଲେ ପାକ୍ ବୈଦେଶିକ ମନ୍ତ୍ରୀ । କହିଲେ, ପୁଣି ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ଭାରତ କରୁଛି ଷଡଯନ୍ତ୍ର ।
୧୪-ମହିଳାଙ୍କୁ ଅସଦାଚରଣ ନେଇ ଆସିଲା ସାଂଘାତିକ ତଥ୍ୟ: ଲକଡାଉନରେ ରାଜ୍ୟରେ ବଢିଛି ଦୁଷ୍କର୍ମ; ଜାନୁଆରୀରୁ ଜୁନ୍ ମଧ୍ୟରେ ୧୨ଶହ ୧୩ ଦୁଷ୍କର୍ମ ମାମଲା ।

 

Comments (0)
Add Comment