ଶୁଣିଲେନି ସରକାର,ପୁଣି ଧାରଣା ଦେବ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ

ବାରଙ୍ଗ,୨୫/୯(ଏସଏସନିୟୁଜ) ଶୁଣିଲେନି ସରକାର,ପୁଣି ଧାରଣା ଦେବ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ ।ବାରଙ୍ଗ ତହସିଲ ଅଧିନ କଟକ ସିଡିଏ ସେକ୍ଟର ୧୩ରେ ତୁଳସୀପୁର ଓ ବିଡାନାସୀ ଅଞ୍ଚଳର ଦଳିତମାନଙ୍କୁ ସକାରଙ୍କ ତରଫରୁ ଦିଆଯାଇଥିବା ଜାଗାକୁ ନେଇ ଯେଉଁ ସମସ୍ୟା ଉପୁଜିଥିଲା ପ୍ରଶାସନ ତାର ସମାଧାନ କଲା ନାହିଁ। ବହୁବାର ଦାବୀ ଓ ଆପତି ଦଳିତମାନେ କରିଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇନଥିଲା ।ବାଧ୍ୟହୋଇ ନିଜ ହକ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘ ।ଏହାପରେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କଲାନାହିଁ ପ୍ରଶାସନ ବୋଲି ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।ମହାସଂଘ ପକ୍ଷରୁ ଗତ ୧ତାରଖରେ ବାରଙ୍ଗ ତହସିଲ ସମ୍ମୁଖରେ ନ୍ୟାୟପାଇଁ ଧାରଣା ଦିଆଯାଇଥିଲା । ଆଇନଗତ ଦିଗରେ କାର‌୍ୟ୍ୟନୁଷ୍ଠାନ ନିଆଯିବ ବୋଲି ତହସିଲ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏହାଭିତରେ ୨୪ଦିନ ବିତିଯାଇଥିଲେ ଦଳିତମାନଙ୍କ କଥାକୁ ଗୁରୁତ୍ୱ ଦିଆଯାଇନାହିଁ ବୋଲି ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ବାରଙ୍ଗତହସିଲ ପକ୍ଷରୁ ଜମି ପଟା ମିଳିଛି,ପାଉତି କଟାଯାଇଛି , ପଟାରେ ମଳିକାନା ଲୋକମାନଙ୍କ ନାମ ଅଛି କିନ୍ତୁ ଜମି ବିବରଣୀରେ ଜମିର ଏରିଆ ନଥିବାର ଅଭିଯୋଗ କରିଛନ୍ତି ମହାସଂଘ।ଏହାର ପ୍ରତିବାଦରେ ପୁଣିଥରେ ଧାରଣାକୁ ବାହାରିଛି ମହାସଂଘ ।ଆସନ୍ତା ସୋମବାରଦିନ ବାରଙ୍ଗତହସିଲକାର୍ଯ୍ୟାଳୟ ସାମ୍ନାରେ ଧାରଣାଦେବାକୁ ନିଷ୍ପତି ନେଇଛି ମହାସଂଘ ବୋଲି ରାଷ୍ଟ୍ରିୟ ପଛୁଆ ବର୍ଗ ମହାସଂଘର ରାଜ୍ୟ ପ୍ରଭାରି ସଂଞ୍ଜିତ ସାମଲ ସୂଚନା ଦେଇଛନ୍ତି।

Comments (0)
Add Comment