ସୁଟକେଶରେ ଯୁବକଙ୍କ ମୃତଦେହ ଘଟଣାରେ ୩ଗିରଫ

ଖୋର୍ଦ୍ଧା ,୨୩/୧(ଏସଏସନିଉଜ)ନାଚୁଣୀଥାନା ଅଧୀନସ୍ଥ ହରିପୁରଜଙ୍ଗଲରୁ ଟ୍ରଲି ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ କରିଛି ପୋଲିସ ।ଏହିଘଟଣାରେ ମୃତ ଯୁବକଙ୍କପତ୍ନୀ ମିଲିମହାପାତ୍ରଙ୍କ ସମେତ ସମ୍ପର୍କୀୟ ଭାଇ ତଥା ନୟାଗଡ଼ ଜିଲ୍ଲାର ଚାନ୍ଦପୁରଥାନା ଅନ୍ତର୍ଗତ ରାଜଜଙ୍କିଆଗ୍ରାମର ତ୍ରିନାଥଦାସଙ୍କ ପୁଅ ମିଟୁ ଦାସଙ୍କ ସହିତ ନିଲିଙ୍କ ପୁରୁଷବନ୍ଧୁ ତଥା ଟାଙ୍ଗୀଥାନା ଅନ୍ତର୍ଗତ ଗୋଡିପାଟଣାସାହିର ବିଜୟକୁମାରସାହୁଙ୍କପୁଅ ବିକ୍ରମ କୁମାରସାହୁଙ୍କୁ ନାଚୁଣୀ ଥାନାପୁଲିସ ଗିରଫକରି ଆଜି କୋର୍ଟଚାଲାଣ କରିଛି।ଏହିଅବସରରେ ଆୟୋଜିତ ସାମ୍ବାଦିକସମ୍ମିଳନୀରେ ଖୋର୍ଦ୍ଧାଜିଲ୍ଲା ଏସପି ସିଦ୍ଧାର୍ଥକଟାରିଆ ଘଟଣାବିଷୟରେ କହିଛନ୍ତି ।ପୁଲିସର କହିବା ଅନୁଯାୟୀ ମୃତଯୁବକ ବଳଭଦ୍ରପୁର ପଞ୍ଚାୟତର ଲାଖପଡାଗ୍ରାମର ମନୋରଞ୍ଜନ ମହାପାତ୍ର ଚାନ୍ଦପୁରଥାନା ଅନ୍ତର୍ଗତ ରାଜଜଙ୍କିଆ ଗ୍ରାମର ନିଲିଦାସଙ୍କୁ ବିବାହ କରିଥିଲେ। ମୃତ ଯୁବକକଙ୍କ ନାମରେ ୨ରୁ ୩ ଜିଲ୍ଲାର ବିଭିନ୍ନଥାନାରେ ଏକାଧିକ ଡ଼କାୟତି ମାମଲା ରହିଛି ।ମୃତ ଯୁବକ ଲାଖପଡା ନିଜ ବାସସ୍ଥାନ ଅଞ୍ଚଳ ଛାଡି ଚିଲିକା ବ୍ଲକର ଚଣ୍ଡେଶ୍ବର ଦାରୁଗାଁରେ ଘରଭଡା ନେଇ ରହୁଥିଲେ। ମନୋରଞ୍ଜନ ମଦ୍ୟପ ହୋଇଥିବାରୁ ପ୍ରାୟସମସୟରେ ନିଲିକୁମାରଧର କରିଥାଏ ।ଏଥିରେ ଅତିଷ୍ଟ ହୋଇ ନିଲି ସ୍ୱାମୀକୁ ହଟାଇବାକୁ ଯୋଜନାକରିଥିଲେ ।ଗତ୨୧ରାତିରେ ସମ୍ପର୍କୀୟ ଭାଇ ମିଟୁ ଦାସ ଓ ପୁରୁଷବନ୍ଧୁ ବିକ୍ରମ କେଶରୀ ସାହୁଙ୍କୁ ଡକାଇ ଘରେ ଭୋଜି ଆସର କରିବା ସହ ସ୍ଵାମୀ ମନୋରଞ୍ଜନଙ୍କୁ ମାତ୍ରାଧିକ ମଦ ପିଆଇ ଅଚେତ କରିବା ପରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିବାର ପୋଲିସ କହିଛି ।ଏହିଘଟଣାପରେ ଚାନ୍ଦପୁର ବଜାରରୁ ଏକ ଟ୍ରଲି ସୁଟକେଶ କିଣି ତା ମଧ୍ୟରେ ମୃତଦେହ ଭର୍ତ୍ତି କରି ହରିପୁର ଜଙ୍ଗଲ ମଧ୍ୟରେ ଫୋପାଡି ଦେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୁଚନା ଦେଇଛି ।

 

 

 

Comments (0)
Add Comment