ତେଲ ଟ୍ୟାଙ୍କରରେ ଗୋରୁଚାଲାଣ

ଭଦ୍ରକ,୨୫।୧(ଏସଏସନିଉଜ) ଧାମନଗରଥାନା ଅଧୀନ ଏନଏଚ୍‌-୧୬ ବାରିକପୁର ଛକ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇ ସେଥିରୁ ୩୨ଟି ଗୋରୁ ଉଦ୍ଧାର କରାଯାଇଛି।ସେଥିମଧ୍ୟରୁ ୨ଟିଗୋରୁ ମୃତ ଅବସ୍ଥାରେ ମିଳିଥିବାର ଜଣାପଡିଛି।
ଆଜି ସକାଳୁ ଯାଜପୁରରୁ ଭଦ୍ରକ ଅଭିମୁଖେ ଏକ ଭାରତ ପେଟ୍ରୋଲିୟମ ଟ୍ୟାଙ୍କରରେ ଗୋରୁବୋଝେଇ କରାଯାଇ ଆସୁଥିବା ସମ୍ପର୍କରେ ଗୋରକ୍ଷାସଂଗଠନ ଖବର ପାଇଥିଲା। ଏହାପରେ ଗୋରକ୍ଷକମାନେ ଭଣ୍ଡାରୀପୋଖରୀ ନିକଟରୁ ଗାଡ଼ିଟିକୁ ପିଛାକରି ବାରିକପୁରଛକଠାରେ ରୋକିଥିଲେ।ଗାଡି ରହିବାପରେ ଚାଲକ ଗାଡ଼ିଟିକୁ ଛାଡ଼ି ଫେରାର ହୋଇଯାଇଥିଲେ ।ଏହାକୁ ନେଇ ଘଟଣାସ୍ଥଳରେ କିଛିସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।ଧାମନଗର ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଵାରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆସିଥିଲା।

Comments (0)
Add Comment