ତେଲ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା,୪ ମୃତ

ଗଞ୍ଜାମ,୨୨ା୮(ଏସଏସନିଉଜ) ଗୁରୁବାର ସକାଳୁ ବ୍ରହ୍ମପୁରର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।ଓଭରଟେକ୍‌ ସମୟରେ ଖମ୍ବେଶ୍ୱରୀ’ନାମକ ଯାତ୍ରୀବାହୀ ବସ୍‌ ସହ ତେଲ ଟ୍ୟାଙ୍କର ଧକ୍କା ହୋଇଛି। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଚା ଦୋକାନ ଉପରକୁ ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି ମାଡ଼ି ଯାଇଥିଲା। ଚା ଦୋକାନରେ ଚା ପିଉଥିବା ୩ ଜଣ ଓ ବସ୍‌ର ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ଯାତ୍ରୀବାହି ବସ୍‌ଟି ଆସିକାରୁ ବ୍ରହ୍ମପୁରପଟକୁ ଆସୁଥିବାବେଳେ ତେଲ ଟ୍ୟାଙ୍କର ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା।ବସଟି ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରି ବ୍ରହ୍ମପୁର ଅଭିମୁଖେ ଆସୁଥିବାବେଳେ କଞ୍ଜୁରୁ ଛକଠାରେ ତେଲ ଟ୍ୟାଙ୍କରଟି ଏକ ଟ୍ରକ୍‌କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରୁଥିଲା। ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

Comments (0)
Add Comment