ଠେଙ୍ଗା ମାଡ଼ରେ ବଡ଼ଭାଇ ମୃତ

ସମ୍ବଲପୁର, ୧୨/୧୨(ଏସଏସନିୟୁଜ) ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସାନଭାଇର ଠେଙ୍ଗାମାଡରେ ବଡଭାଇ ମୃତ୍ୟୁବରଣ କରିଛି । ଫାଶୀମାଲ ପଞ୍ଚାୟତ ଅନ୍ତର୍ଗତ କାଲୋପଡ଼ା ଗ୍ରାମର ଲକ୍ଷ୍ମଣ କାଲୋ ଓ ତାଙ୍କ ସାନ ଭାଇ ଅରୁଣ କାଲୋଙ୍କ ମଧ୍ୟରେ କୌଣସି କଥାକୁ ନେଇ ଶନିବାର ଅପରାହ୍‌ଣ ରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅରୁଣ ବଡ଼ ଭାଇ ଲକ୍ଷ୍ମଣ ଙ୍କ ମୁଣ୍ଡରେ ଠେଙ୍ଗାରେ ମାଡ଼ କରି ବେହୋସ୍ କରିଦେଇଥିଲେ ।ବେହୋସ ପରେ ମଧ୍ୟ ଲକ୍ଷ୍ମଣ ସେମିତି ପଡିରହିଥିଲା ।ସନ୍ଧ୍ୟାରେ ପଡୋଶି ଜାଣି ଲକ୍ଷ୍ମଣ କୁ କୁଚିଣ୍ଡା ଡାକ୍ତରଖାନାକୁ ନେବାପାଇଁ ୧୦୮ ଆମ୍ବୁଲାସ କୁ ଡକିଥିଲେ ।ତେବେ ଡାକ୍ତରଖାନାକୁ ଅଚେତ ଲକ୍ଷ୍ମଣ ସହ କେହିଯିବାକୁ ରାଜିନହେବାରୁ ଆମ୍ବୁାଲନ୍ସ ଫେରିଯାଇଥିଲା ।ଯାହାଫଳରେ ଅଚେତ୍ ଅବସ୍ଥାରେ ପଡ଼ି ରହିବା ପରେ ମଧ୍ୟରାତ୍ରି ହିଁ ପ୍ରାଣ ବାୟୁ ଉଡ଼ି ଯାଇଥିଲା।ସକାଳେ ଖବର ପାଇ ଜମନକିରା ପୁଲିସ୍ ପହଞ୍ଚି ତଦନ୍ତ କରିଛି।

 

Comments (0)
Add Comment