ଟିପର ଧକ୍କାରେ ବାପ ମୃତ,ଝିଅ ଆହତ

ବାରଙ୍ଗ,୫/୯(ଏସଏସନିୟୁଜ)ବାରଙ୍ଗ ଥାନା ଅଧୀନସ୍ଥ କୁଆଖାଇ ସେତୁ ନିକଟ ମୁଖ୍ୟ ରାସ୍ତାରେ ରବିବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଟିପର ଧକ୍କାରେ ବାପାଙ୍କ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ଛୋଟ ଝିଅଟି ଆହତ ହୋଇଛି।
ସୂଚନାନୁସାରେ ବାରଙ୍ଗ ରୁ ବାଲିକୁଦା କୁ ସଂଯୋଗ କରୁଥିବା ପୁରାତନ କୁଆଖାଇ ସେତୁ ନିକଟରେ ରବିବାର ରାତି ୯ ଘଟିକା ସମୟରେ ବାରଙ୍ଗ ଅଭିମୁଖେ ଆସୁଥିବା ଏକ ଟିପର (ଓଆର ୦୬ ଜେ ୭୩୦୩) ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା।ଘଟଣାସ୍ଥଳରେ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ।ମୃତକ ଜଣକ ହେଉଛନ୍ତି କଟକ ସଦର ଥାନା ଅଧୀନସ୍ଥ କାଜିପୁର ଗ୍ରାମର ମଦନ ପ୍ରଧାନ(୩୬)।ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ।ପରେ ଡାକ୍ତର ସେଠାରେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଗଡିକୁ ଜବତ କରିଛି (ଗୌତମ ରାଉତ ଙ୍କ ରିପୋର୍ଟ)

Comments (0)
Add Comment