ଉଦ୍ଧାର ହେଲା ୧୦ ଫୁଟ ଲମ୍ବର ଅଜଗର

ବାଙ୍କୀ,୫/୩(ଏସଏସନିୟୁଜ)ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଗାଁ ନିକଟରୁ ୧୦ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି ବନବିଭାଗ। ସୂଚନା ଅନୁସାରେ ଗାଁଟି ଚନ୍ଦକା-ଡ଼ମପଡା ଅଭୟାରଣ୍ୟକୁ ଲାଗି ରହିଥିବାରୁ ଏହି ଅଜଗର ସାପଟି ଚଳପ୍ରଚଳ କରୁଥିବାର ଗ୍ରାମବାସୀ ପୂର୍ବରୁ ଦେଖିଥିଲେ। ଆଜି ସାପଟି କୌଣସିଏକ ଖାଦ୍ୟ ଗିଳିଦେଇ ଅସୁସ୍ଥ ଅବସ୍ଥାରେ ଧୀରେ ଧୀରେ ଗାଁ ଭିତରକୁ ପଶିବା ବେଳେ ବନ ବିଭାଗକୁ ଖବର ଦିଆଯାଇଥିଲା।ପରେ ବନବିଭାଗ ଆସି ସାପଟିକୁ ଉଦ୍ଧାର କରିଥିବାର ଜଣାପଡିଛି ।

Comments (0)
Add Comment