ଚୋରାଚାଳଣ ବେଳେ ବନବିଭାଗ ହାତରେ ଧରାପଡିଲା ଟ୍ରାକ୍ଟର

ମାଲକାନଗିରି, ୨/୧୦(ଏସଏସନିୟୁଜ) ମାଲକାନଗିରି ବନବିଭାଗ ଲକ୍ଷାଧିକ ଟଂକାର ଶାଗୁଆନ କାଠ ଗଣ୍ଡି ଜବତ କରିବାସହ ଉର୍ମାଗୁଡା ଗ୍ରାମର ସୁକା କାବାସୀ ଏବଂ ମୁକା କାବାସୀ ନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟଚାଳଣ କରିଛି ।ବିଶେଷସୁତ୍ରରୁ ଖବରପାଇ ବନବିଭାଗ କର୍ମଚାରୀମାନେ ଏମଭି-୧୮ ଗ୍ରାମରେ ଚଢଉ କରିଥିଲେ । ଏକ ଟ୍ରାକ୍ଟରରେ ପ୍ରାୟ ୧୦ଟି ଶାଗୁଆନ ଗଣ୍ଡି ଚୋରା ଚାଲାଣ କରାଯାଇଥିବାବେଳେ ଧରାପଡିଥିଲା ।ଜବତ କାଠର ମୁଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଂକା ହେବ ବୋଲି ଜଣାପଡିଛି ।

Comments (0)
Add Comment