ଭୁବନେଶ୍ୱର,୨୧।୩(ଏସଏସନିଉଜ)ଓଡ଼ିଶା ପୁରପଲ୍ଲିରେ ଦୋଳମେଲଣ ପାଳନ ହେଉଥିବାବେଳେ ରାଜଧାନୀ ଉପକଣ୍ଠ ଭଗବାନପୁର-ପାତ୍ରପଡ଼ାଠାରେ ଏକ ନିଆରାମେଲଣ ଆୟୋଜିତହୁଏ ।ଚୈତ୍ରମାସରେ ଆୟୋଜିତ ଏହି ମେଲଣରେ କୁନିକୁନି ପିଲାମାନଙ୍କଦ୍ଵାରା କାଠବାଉଁଶ,ସୋଲୋ ଓ ରଙ୍ଗିନକାଗଜରେ ତିଆରି ହୋଇଥିବା ଛୋଟଛୋଟ ଦୋଳବିମାନରେ ବିରାଜମାନ କରିଥାନ୍ତି କାଠନିର୍ମିତ କଣ୍ଢେଇ,ମାଟିତିଆରିକଣ୍ଢେଇ,ପ୍ଲାଷ୍ଟିକକଣ୍ଢେଇ,ଟ୍ରେଡିଓ ବାବିଡାଲ୍।ଏହି କଣ୍ଢେଇକୁ ଉଭୟ ଭଗବାନପୁର ଓ ପାତ୍ରପଡ଼ା ଗ୍ରାମବାସୀମାନେ ସାହିସାହିରେ ବୁଲାଇ ଚାଚେରୀଭୋଗ ଅର୍ପଣ କରିଥାନ୍ତି।କାଲିସେ ଯେଉଁ କଣ୍ଢେଇରେ ଖେଳୁଥିଲା ଆଜି ତାକୁ ଠାକୁରସଜେଇ ମେଲଣପଡିଆକୁ ଅପଟିଆ ସାଜି ବୋହି ଆଣିଛି। ବିଶ୍ୱାସ ମୂଳେ ଭଗବାନ ଏହିଭାବନାକୁ ଛୋଟୀ ଭୁଆସୁଣୀ କଣ୍ଢେଇମେଳଣ କମିଟି ଆଜି ବହୁ ଧୁମଧାମରେ ପାଳନକରିଛି।ଅଜିର ଆୟୋଜିତ ଜମାଣକାର୍ଯ୍ଯକ୍ରମରେ ଓଡ଼ିଶାର ପାରମ୍ପାରିକ ବାଜାସାଙ୍ଗକୁ,ଘୋଡ଼ାନାଚ,ବାଘନାଚ,ବୁଢ଼ା ବୁଢ଼ୀନାଚ, ବଗବଗୁଲି ନାଚ,ହରିଣ,ମାଙ୍କଡ,ବଣମଣିଷ ସହିତ ନାଗାନାଚକୁ ସାମିଲ୍ କରଯାଇଥିବାର ଦେଖିବାକୁ ମିଳିଥିଲା।ଆଜିର ମେଲଣ ଉଦଘାଟନୀଉତ୍ସବରେ ଭୁବନେଶ୍ଵରରମେୟର ସୁଲୋଚନାଦାସ,ପୂର୍ବତନମନ୍ତ୍ରୀ ସୁରେଶ କୁମାର ରାଉତରାୟ,ସ୍ଥାନୀୟ କର୍ପୋରେଟର ରଶ୍ମିରଂଜନ ପାଟଶାଣିପ୍ରମୁଖ ଯୋଗ ଦେଇଥିଲେ।ଆଜିଠାରୁ ଆରମ୍ଭହୋଇ ଏହିମେଲଣ ଆସନ୍ତା ସୋମବାର ପର୍ଯନ୍ତ ଅନୁଷ୍ଠିତ ହେବ। କାଲିଠାରୁ ଦୁଇଦିନଧରି ଅର୍ଥାତ୍(ରବିବାର ଓ ସୋମବାର ସଂନ୍ଧ୍ୟାରେ କଣ୍ଢେଇଅପେରା ପ୍ରଦର୍ଶିତହେବ।ଏହିକାର୍ଯ୍ୟକ୍ରମରେ ଅଂଚଳବାସି ସାମିଲ ହେବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି।

Next Post
