ବଦଳିଲା ନନ୍ଦନକାନନ ଓ ବାଟାନିକାର୍ଲ ଗାର୍ଡେନ ଖୋଲିବା ସମୟ

ଭୁବନେଶ୍ୱର,୩୧।୩(ଏସଏସନିଉଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟର ପରିବର୍ତ୍ତନ ହୋଇଛି।ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥ‌ିବା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟରେ ପରିବର୍ତନ କରାଯାଇଛି। ପ୍ରତିବର୍ଷ ଭଳି ଗ୍ରୀଷ୍ମଋତୁ ସାଙ୍ଗକୁ ଦିନ ବଡ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦ ଯାଏ ସକାଳ ୭.୩୦ରେ ଖୋଲି ସନ୍ଧ୍ୟା ୫.୩୦ଟାରେ ବନ୍ଦ ହେବ ବୋଲି ନନ୍ଦନକାନନ ଉପନିର୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ପୁର୍ବରୁ ଶୀତକାଳୀନ ଭ୍ରମଣ ପାଇଁ ଦିନ ଛୋଟ ଥିବାରୁ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଉଭୟ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଖୋଲା ରହୁଥିଲା। ଚଳିତ ନିର୍ଦ୍ଧାରିତ ସମୟ ଅନୁସାରେ ଟିକେଟ ବୁକିଂ କରିବାର ଶେଷ ସମୟ ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ। ପୂର୍ବଭଳି ପ୍ରତି ସୋମବାର ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରହିବ।

- Advertisement -

Leave A Reply

Your email address will not be published.