ବିହାର ନିର୍ବାଚନ- ବିଜେପି କହିଲା, ଭୋଟ ଦେଲେ ମିଳିବ ମାଗଣା ଟିକା

0 297

ଖବର ଆଜିର,ତାରିଖ ୨୩/୧୦/୨୦ ଶୁକ୍ରବାର।
୧-ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍ ।
୨-ରାସନ କାର୍ଡ ଆବେଦନଠୁ ଧାନ ସଂଗ୍ରହ ପଞ୍ଜୀକରଣ : ଏବେ ଅନ୍‌ଲାଇନ୍ ।
୩-ପଶ୍ଚିମ ଓଡ଼ିଶାରେ ପ୍ରଭାବିତ ହେବ ପ୍ଲାଜମା ଚିକିତ୍ସା ।ଉଦ୍‌ଘାଟନର ମାତ୍ର ଅଢେଇ ମାସ ମଧ୍ୟରେ ଖରାପ ହୋଇଗଲା ବୁର୍ଲା ରକ୍ତଭଣ୍ଡାର ପ୍ଲାଜମା ଷ୍ଟୋରେଜ ଫ୍ରିଜ।
୪-ହୁ ହୁ ହୋଇ ବଢ଼ୁଛି ପିଆଜ ଦର : ଅସାଧୁ ବେପାରିଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ବ୍ୟବସାୟୀଙ୍କ ଗୋଦାମ ଯାଞ୍ଚ କରାଯିବ ।
୫-ସ୍କୁଲ ଲିଭିଂ ସାର୍ଟିଫିକେଟ ନୀତିରେ ପରିବର୍ତନ କଲେ ଗଣଶିକ୍ଷା ବିଭାଗ । ଏଣିକି ଏସଏଲସି ହଜିଲେ ମିଳିବ ଡୁପ୍ଲିକେଟ୍ ସାର୍ଟିଫିକେଟ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ।
୬-ମାଓବାଦୀଙ୍କ ବିରୋଧରେ ମିଳିତ ଅଭିଯାନ ନିଷ୍ପତ୍ତି : ଓଡ଼ିଶା ସମେତ ୪ ରାଜ୍ୟ ଏକାଠି ଲଢ଼ିବେ ।
୭-କରୋନା ସଂଖ୍ୟା କମିବାକୁ ହାଲ୍‌କା ଭାବେ ନିଅନି, ଜିଲ୍ଲାପାଳ, କମିସନରଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ ।
୮-ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା : ପୁସ୍ତକ ‘ମେକିଂ ଅଫ୍ ଏ ଫୁଡ୍ ସିକ୍ୟୋର ଓଡ଼ିଶା’କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ।
୯-ଅବପାତ ପ୍ରଭାବରେ ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୪ଟି ଜିଲ୍ଳାକୁ ରେଡ଼ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ବହିପାରେ ପବନ ।
୧୦-ଭିସା ନିୟମରେ କୋହଳ କରିଛନ୍ତି କେନ୍ଦ୍ର ସରକାର। ବିଦେଶରେ ରହୁଥିବା ଭାରତୀୟ ଓ ତଥା ବିଦେଶୀ ନାଗରିଙ୍କୁ ଭାରତ ଆସିବାକୁ ଅନୁମତି ମିଳିଛି। ହେଲେ ଟୁରିଷ୍ଟ ଭିସାରେ କୌଣସି ବିଦେଶୀ ନାଗରିକ ଭାରତ ଆସିପାରିବେ ନାହିଁ ବୋଲି କୁହାଯାଇଛି।
୧୧-ରାଜ୍ୟରେ ଏଣିକି ଶାସ୍ତ୍ରୀୟ ସଙ୍ଗୀତ ପାଇଁ ମିଳିବ ‘ସୁନନ୍ଦା ସମ୍ମାନ ‘।

୧୨-ଆଇସିଏମଆରରୁ ନିର୍ଦ୍ଦେଶ ନ ଆସିବା ଯାଏଁ ବନ୍ଦ ହେବନି ପ୍ଲାଜମା ଥେରାପି: ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କ ସୂଚନା ।
୧୩-କେମିତି ବିପଦ ଆଣେ ଇଂଟରନେଟର ଖେଳ । ବିଦେଶୀ ୱେବସାଇଟକୁ ଯାଇ ଅସ୍ତ୍ରଶସ୍ତ୍ର ସର୍ଚ କରିବାରୁ ଘଟିଲା ବଡ଼ ଘଟଣା । ଦିଲ୍ଲୀରୁ ଭୁବନେଶ୍ୱର ଚାଲିଆସିଲା ଏନଆଇଏ ଟିମ୍ ।
୧୪-ଜୁଲାଇ-ସେପ୍ଟେମ୍ବରରେ ଭାରତରେ ବିକ୍ରି ହୋଇଛି ୫ କୋଟି ସ୍ମାର୍ଟଫୋନ୍ ।
୧୫-ବିହାର ନିର୍ବାଚନରେ ପ୍ରସଙ୍ଗ ବନିଲା କୋଭିଡ ଟିକା । ଘୋଷଣାପତ୍ର ଜାରି କରି ବିଜେପି କହିଲା, ଭୋଟ ଦେଲେ ମିଳିବ ମାଗଣା ଟିକା । ବିରୋଧୀଙ୍କ ପ୍ରଶ୍ନ, ମାଗଣା ଟିକାରୁ ବଂଚିତ ହେବେ କି ଅଣବିଜେପି ଶାସିତ ରାଜ୍ୟ।
୧୬-ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ଘୋଷଣା – ରାଜ୍ୟବାସୀଙ୍କୁ ମାଗଣାରେ ଦିଆଯିବ କରୋନା ଟିକା।
୧୭-ଥାଇଲାଣ୍ଡରେ ବଡ଼ ଧରଣର ଗଣବିକ୍ଷୋଭ । ଦେଶରେ ସାମ୍ବିଧାନିକ ସଂସ୍କାର ଦାବିରେ ବ୍ୟାଙ୍କକରେ ଜନସମୁଦ୍ର, ପାର୍ଲାମେଂଟ ଭଙ୍ଗ ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିକ୍ଷୋଭକାରୀ ।
୧୮-ସଫଳତାର ସହ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ‘ନାଗ’ର ପରୀକ୍ଷଣ ଶେଷ କଲା ଭାରତ ।
୧୯-କୁଳଭୂଷଣ ଯାଦବ ମୃତ୍ୟୁ ଦଣ୍ଡ ମାମଲା । ପୁନଃ ବିଚାର ପାଇଁ ପାକିସ୍ତାନ ସରକାରଙ୍କ ଅନୁମତି । ଆଇସିଜେର ନିର୍ଦ୍ଦେଶ ପରେ ଫେରିବା ଆଶା ଉଜ୍ଜୀବିତ ।
୨୦-ଯାତ୍ରା ପେଣ୍ଡାଲରୁ ରାଜନୀତି ମୈଦାନକୁ ଓହ୍ଲାଇଲେ ରାନୀ ପଣ୍ଡା । ୯୦ ବର୍ଷର ବେଣୁ ମଉସାଙ୍କ ପାଇଁ କରିବେ ପ୍ରଚାର, ମାଗିବେ ଭୋଟ ।
୨୧-ଦଶହରାରେ ଖୋଲା ରହିବ RTO ଅଫିସ୍ ।
୨୨-ବହୁ ପ୍ରତିକ୍ଷାର ଅନ୍ତ: ନଭେମ୍ବରରେ ଲଞ୍ଚ୍‌‌ ହେବ ରୟାଲ୍ ଏନ୍‌ଫିଲ୍ଡ Meteor୩୫୦ ।

 

Leave A Reply

Your email address will not be published.