ଅସଲି ଭିତରେ ନକଲି…. ଧରାପଡିଲା ଚୋରା କାରବାର ଗିରଫ ହେଲେ ମ୍ୟାନେଜର ଓ ସୁପରଭାଇଜର

0 344

ଚନ୍ଦକା ,୨୨/୧୦(ଏସ ଏସ ନିୟୁଜ)ଅନ୍ୟ କମ୍ପାନୀର ଲୋଗୋକୁ ନକଲ  କରି ପାନୀୟ ଜଳ ତିଆରି କରୁଥିବା ଅଭିଯୋଗରେ ଗୁରୁବାର ଦିନ ଚନ୍ଦକାଥାନା ପୋଲିସ ଏକ କମ୍ପାନୀର ମ୍ୟାନେଜର ଓ ସୁପରଭାଇଜରକୁ ଗିରଫ କରିବା ସହ ପାନୀୟ ଜଳ ଉପ୍ତାଦନର ସମସ୍ତ ସାମଗ୍ରୀ ଗୁଡିକୁ ଜବତ କରିଛି।ପ୍ରକାସ ଯେ ,ଚନ୍ଦକାଥାନା ଅନ୍ତର୍ଗତ ମେଣ୍ଢାଶାଳ ଗ୍ରାମ ପାଖରେ ଥିବା ଗ୍ରାମଡିହଠାରେ ଲକ୍ଷ୍ମୀପାନୀୟ ନାମକ ଏକ କମ୍ପାନୀ ପାନୀୟ ଜଳ ତିଆରି କରି ବିକ୍ରୟ କରୁଥିଲା ।ଏହି କମ୍ପାନୀ ବିସଲାରି ଠାରୁ ଚୁକ୍ତିନାମା କରି ଏହି ବ୍ରାଣ୍ଡକୁ ବ୍ୟବହାର କରି ପାନୀୟ ଜଳ ତିଆରି କରୁଥିଲେ ।କିନ୍ତୁ ଗତ କିଛି ଦିନ ହେବ ଚୁକ୍ତିନାମା ସରିଯାଇଥିଲେ ସୁଦ୍ଧା ଏହାର ନକଲ ସହ ଅନ୍ୟ କମ୍ପାନୀ ର ନକଲ କୁ ନେଇ ପାନୀୟ ଜଳ ତିଆରି କରୁଥିବାର ବିସଲାରି କମ୍ପାନୀର ଦିଲ୍ଲୀର ବିଜୟକୁମାର ଚନ୍ଦକାଥାନା ରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ ପାଇବା ପରେ ଚନ୍ଦକାଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ଲକ୍ଷ୍ମୀପାନୀୟ  କମ୍ପାନୀ ଉପରେ ଚଢାଉ କରିଥିଲେ । ଚଢାଉ ସମୟରେ ଲକ୍ଷ୍ମୀପାନୀୟ ନାମକ କମ୍ପାନୀର ମାଲିକ ଲକ୍ଷ୍ମୀକାନ୍ତନାୟକ ବିସଲାରୀ କମ୍ପାନୀର କର୍ତୁପକ୍ଷଙ୍କ ବିନା ଲାଇସେନ୍ସ ଓ ପ୍ରାଧିକରଣ ବିନା ପାକୃତିକ କୁମ୍ଭ ଓ ଏହି ବ୍ରାଣ୍ଡ ନାମରେ ବେଆଇନଭାବେ ପ୍ୟାକେଜ ପାନୀୟ ଜଳ ଉପ୍ତାଦନ କରୁଥିବାର ଜାଣିବାକୁ ପାଇଥିଲେ ।

ବିସଲାରୀ କମ୍ପାନୀ ସହ ଚୁକ୍ତିନାମା ସରିଯାଇଥିଲେ ମଧ୍ୟ ଲକ୍ଷ୍ମୀପାନୀୟ  କମ୍ପାନୀ ବିସଲାରୀ ବ୍ରାଣ୍ଡ ସହ ଅନ୍ୟ ବ୍ରାଣ୍ଡ ଲଗାଇ ମାର୍କେଟକୁ ବିକ୍ରୟ ପାଇ ଛାଡୁଥିଲେ ।ବିସଲାରୀ କମ୍ପାନୀ ପରି ଛାଂଚ ଓ ସମାନ ଲେବୁଲ ବ୍ୟବହାର କରି ପ୍ୟାକେଜ ଜଳ ଉପ୍ତାଦନ କରୁଥିଲେ ।ଘଟଣାସ୍ଥଳରେ ପୋଲିସ ଲକ୍ଷ୍ମୀକମ୍ପାନୀର ମ୍ୟାନେଜର ବ୍ରହ୍ମଗିରିଥାନା ଅଧିନସ୍ଥ ଜଉଖିଆ ଗ୍ରାମର ସର୍ବେଶ୍ୱରଦାସ,ସୁପରଭାଇଜର ନୟାଗଡଥାନା ଅଧିନସ୍ଥ ନବଘନପୁର ଗ୍ରାମମର ହରିହରସାହୁ କୁ ଗିରଫ କରିଥିଲେ । ୧୮୨/୨୦କେଶନଂରେ ଏକ ମକଦ୍ଦମା ରୁଜୁକରି ବୁଧବାରରାତିରେ ୨ଟି ମେସିନ,ପାଣି ବୋତଲ,ଖାଲିପାଣିବୋତଲ,ଲେବଲିଂଷ୍ଟିକର,ଛାଂଚ ,ବୋତଲକ୍ୟାପ ସହ ବିଭିର୍ଣବ୍ରାଣ୍ଡର ଛାଂଚ ସହ ପାନୀୟ ଜଳ ଉପ୍ତାଦନର ସମସ୍ତ ସାମଗ୍ରୀ ଗୁଡିକୁ ଜବତ କରିଥିଲେ ।

 

 

Leave A Reply

Your email address will not be published.