ଲୁଚିକରି ଯାଉଥିଲେ ଧରିଲା ତହସିଲ

୯ଟି ବାଲି ,ଚିପ୍ସ ବୋଝେଇ ହାଇୱା ଜବତ

ବାରଙ୍ଗ, ୭।୩(ଏସଏସନିଉଜ) ବାରଙ୍ଗ ଦେଇ ବେଆଇନ ଭାବେ ଲଘୁଖଣିଜ ସମ୍ପଦ ପରିବହନ କରୁଥିବା ବେଳେ ତହସିଲ ପକ୍ଷରୁ ଗାଡି ଚେକିଙ୍ଗ କରାଯାଇ ୯ଟି ଗାଡିକୁ ଜବତ କରାଯାଇଛି।ଗୁରୁବାର ଓ ଶୁକ୍ରବାର ବିଲମ୍ଭିତ ରାତିରେ ବାରଙ୍ଗ ତହସିଲଦାର ଡ଼.ତୃଷାର ଜ୍ୟୋତି ରଞ୍ଜନ ସଦଳବଳେ ବାରଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚେକିଂ କରୁଥିବା ବେଳେ ଦୃତଗତିରେ ଆସୁଥିବା ଗାଡିଗୁଡ଼ିକ ରୋକି ଲଘୁଖଣିଜ ସମ୍ପଦ ପରିବହନ କାଗଜ ପତ୍ର ଯାଞ୍ଚ କରିଥିଲେ।ସେଥିମଧ୍ୟରୁ ଓଡି ୦୨ ଏଡି ୧୧୭୯,
ଓଡି ୦୫ ବିଡି ୧୨୧୩,ଓଡି ୦୨ ବିବି ୪୩୭୯,ଓଡି ୦୨ ସିଡି ୧୫୭୯,ଓଡି ୧୬ ଇ ୨୬୨୦,ଓଡି ୧୬ ଇ ୨୮୨୦,ଓଡି ୦୪ ୟୁ ୭୪୧୯,ଓଡି ୦୫ ବିଡି ୧୨୧୩ ନମ୍ୱର ବାଲି ଓ ଚିପ୍ସ ବୋଝେଇ ହାଇୱା ସମେତ ଅନ୍ୟ ଏକ ଗାଡ଼ି ବୈଧ କାଗଜପତ୍ର ଦେଖାଇ ପାରିନଥିବାରୁ ସେଗୁଡିକୁ ଜବତ କରି ବାରଙ୍ଗ ଥାନାକୁ ହସ୍ତାନ୍ତର କରିଥିଲେ ଓ ଖଣି ବିଭାଗକୁ ସୂଚନା ଦେଇଥିଲେ।

- Advertisement -

Leave A Reply

Your email address will not be published.