ମେ ୩ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍ ଅବଧି: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧି ବଢ଼ାଇଲେ ନରେନ୍ଦ୍ର ମୋଦି

0 272

ଭୁବନେଶ୍ବର:୧୪/୪(ଏସଏସଏନ୍) ସାରା ଦେଶରେ ବଢ଼ିଲା ଲକଡାଉଡ଼୍ ଅବଧି । ଭାରତରେ କରୋନା ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି କଠୋର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆଜି ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାର ଓ ନାଗରିକମାନଙ୍କର ପରାମର୍ଶ କ୍ରମେ ଏ ଭଳି ନିଷ୍ପତ୍ତି ନିଆଯାଇଛି । ମେ ୩ ତାରିଖ ଯାଏଁ ଲକ୍‌ଡାଉନ୍ ବଳବତ୍ତର ରହିବ ବୋଲି ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ୨୦ ଏପ୍ରିଲରୁ କିଛି ସ୍ଥାନରେ କୋହଳ ହେବ ଲକଡାଉନ୍ ନିୟମ । କରୋନା ବିରୋଧୀ ଲଢ଼େଇ ପାଇଁ ଲୋକଙ୍କୁ ଆଉ କିଛି ଦିନ କଷ୍ଟ କରିବା ପାଇଁ ପଡ଼ିବ ବୋଲି ମୋଦି କହିଛନ୍ତି ।

ଆଜି ପୁରା ବିଶ୍ୱରେ ଭାରତର କରୋନା ମୁକାବିଲାକୁ ନେଇ ଚର୍ଚ୍ଚ । ଅନ୍ୟ ଦେଶ ତୁଳନାରେ ଭାରତ ସଂକ୍ରମଣକୁ ରୋକିବାକୁ ପ୍ରୟାସ କରିଛନ୍ତି । ଜନତା ସହଭାଗୀ ରହିବା ସହ ସାକ୍ଷୀ ରହିଛନ୍ତି । ଭାରତରେ କରୋନା କେସ୍ ନଆସିବା ପୂର୍ବରୁ ଭାରତରେ ବିଭିନ୍ନ ଏୟାରପୋର୍ଟରେ ସ୍କ୍ରିନିଂ ଆରମ୍ଭ ହୋଇଯାଇଥିଲା । ଶହେ ମୃତ୍ୟୁ ସଂଖ୍ୟ ପହଞ୍ଚିବା ପୂର୍ବରୁ ବିଦେଶରୁ ଆସୁଥିବା ଲୋକଙ୍କୁ ୧୪ ଦିନର କ୍ୱାରଣ୍ଟୋଇ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ଏତିକି ସ୍ଥିତି ଅଣାୟତ ହେବା ପୂର୍ବରୁ ଅନେକ ସ୍ଥନାରେ ମଲ୍, ଦୋକାନ ବଜାର,ଯାନବାହାନ ଚଳାଚଳା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଥିଲା । ମାତ୍ର ୫୫୦ କେସରେ ଦେଶରେ ୨୧ ଦିନର ଲକଡାଉନ୍ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ସମସ୍ୟା ବଢ଼ିବା ପୂର୍ବରୁ ଉଚିତ ନଷ୍ପତ୍ତି ନିଆଯାଇଥିଲା । କଠୋର ନିଷ୍ୱତ୍ତି ନେଇ କରୋନା ମୁକାବିଲା ପାଇଁ ପ୍ରୟାସ ଆରମ୍ଭ କରିଥିଲା ଭାରତ ।

ଭାରତରେ ବାର ମାସକୁ ତେର ପର୍ବ । ଦେଶର ବିଭିନ୍ନ ସ୍ଥାନରେ ଏବେ ଉତ୍ସବର ସମୟ । ହେଲେ ଲକଡାଉନ ବନ୍ଧନ ମଧ୍ୟରେ ଦେଶର ଲୋକ ଯେଉଁ ନିୟମ ପାଳନ କରୁଛନ୍ତି । ସଂଯମତା ରକ୍ଷା କରି ବିଭିନ୍ନ ଉତ୍ସବ ନିରାଡମ୍ବର ଭାବେ ଘରେ ରହି ପାଳନ କରୁଛନ୍ତି ।

ଦେଶବାସୀଙ୍କ ତପସ୍ୟା ଓ ତ୍ୟାଗ ପାଇଁ ଭାରତ ଏବେ ସୁଦ୍ଧା କରୋନାକୁ ମୁକାବିଲା କରିବାରେ ସଫଳ ହୋଇଛି । ଜନତା କଷ୍ଟ ସହିକି ଭାରତ ବର୍ଷକୁ ବଞ୍ଚାଇଛନ୍ତି । ଅନେ ଅସୁବଧା ସତ୍ୱେ ଲୋକେ ନିୟମକୁ କଡ଼ାକଡ଼ି ପାଳନ କରିଛନ୍ତି । ଘର ପରିବାର ଠାରୁ ଦୂରରେ ରହି ତାଲାବନ୍ଦକୁ ସମର୍ଥନ କରିଛନ୍ତି ଲୋକେ । ସମସ୍ତେ ଦେଶ ପାଇଁ ଜଣେ ଜଣେ ଅନୁଶାସିତ ସୀପାହି ପରି କର୍ତ୍ତବ୍ୟ କରୁଛନ୍ତି ।

Leave A Reply

Your email address will not be published.