ରାଜ୍ୟରେ ପୁଣି କରୋନା ପଜିଟିପ୍ ଚିହ୍ନଟ,୫୬ କୁ ବୃଦ୍ଧି

0 465

ଭୁବନେଶ୍ଵର :୧୪/୪(ଏସଏସଏନ୍) ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ ପକ୍ଷରୁ ସୂଚନା ମିଳିଛି । ତେବେ ଏହି କରୋନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଯାଜପୁର ଅଞ୍ଚଳର ବୋଲି ତାହା ଜଣାପଡ଼ିଛି । ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ । ଏହା ଯାଜପୁର ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ୍ ମାମଲା ବୋଲି ଜଣାଯାଇଛି। ନିକଟରେ ଏହି କରୋନା ଆକ୍ରାନ୍ତ ଜଣକ କଲିକତାରୁ ଫେରିଥିଲେ ଏବଂ ଘରେ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ତାଙ୍କ ରକ୍ତ ନମୁନା କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ କଟକ ଅଶ୍ଵିନ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଦ୍ବିତୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଯାଜପୁର ଜିଲ୍ଲାର ସାନିତ୍ରିଲୋଚନପୁର ଓ ସଇପୁରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷିତ କରାଯାଇଛି। ଜିଲାପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ସାନିଟାଇଜ କରାଯିବାର ବ୍ୟବସ୍ଥା କରାଯିବା ସହ ଆକ୍ରାନ୍ତଙ୍କ ସଂପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବା ପାଇଁ ପକ୍ରିୟା ଆରମ୍ଭ ହୋଇଛିସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିମାନଙ୍କୁ ଠାବ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀ ରହିଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାରେ ଆକ୍ରାନ୍ତ ଥିବା ୫୬ଜଣଙ୍କ ମଧ୍ୟରୁ ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୩୭ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.