ଲକଡାଉନ୍ ଘୁଞ୍ଚିବା ପରେ ମଉଳିଲା ଆଇପିଏଲ ଆଶା !

0 516

ଭୁବନେଶ୍ବର:, ୧୪|୦୪:(ଏସଏସଏନ୍)ଲକଡାଉନ୍ କୁ ମେ ମାସ ୩ ତାରିଖ ଯାଏଁ ଜାରି ରଖିବା ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଘୋଷଣା କରିଛନ୍ତି । ଏହାପରେ ଆଇପିଏଲ ହେବା ନେଇ ସମସ୍ତ ଆଶା ଶେଷ ହୋଇଯାଇଥିବା କୁହାଯାଉଛି । ଏହାକୁ ନେଇ ବିସିସିଆଇ କୌଣସି ସମୟରେ ନିଷ୍ପତ୍ତି ନେଇପାରେ ବୋଲି ସୂଚନା ମିଳିଛି । ଯଦି ସ୍ଥିତି ସୁଧୁରେ ତେବେ ମଧ୍ୟ ଆଇପିଏଲ ଆୟୋଜନ ହେବା ନେଇ ଆଶା କମ ରହିଛି ।

ଦେଶରେ କରୋନା ଭାଇରସ ପାଇଁ ୧୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ୩୩୯ଜଣ ପ୍ରାଣ ହରାଇଛନ୍ତି । କିଛି ଦିନ ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲକୁ ନେଇ ଏକ ବଡ ବୟାନ ଦେଇଥିଲେ । ବର୍ତମାନ ସ୍ଥିତିରେ ଆଇପିଏଲ କଥା ବିଚାର କରାଯାଉ ନାହିଁ ବୋଲି ସେ କହିଥିଲେ । ସେହିପରି ଗତକାଲି ମଧ୍ୟ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଆଇପିଏଲକୁ ଭୁଲିଯିବା ଉଚିତ ବୋଲି କହିଥିଲେ ।

ବିସିସିଆଇ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଆଇପିଏ ଆୟୋଜନା କରିପାରେ ବୋଲି ଖବର ଆସିଥିଲା । କିନ୍ତୁ ଏବେ ଆଇପିଏଲର ଆୟୋଜନକୁ ନେଇ କୌଣସି ଯୋଜନା ନଥିବା ଅଧିକାରୀଜଣଙ୍କ କହିଥିଲେ ।

ବିସିସିଆଇ ଏବେ ଆଇପିଏଲ ପାଇଁ ବିଚାର କରୁନାହିଁ । ଯାହାର ଅନେକ କାରଣ ରହିଛି । ବିସିସିଆଇ ପାଖରେ ଏବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ୍ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କ, ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ବାବଦରେ କୌଣସି ସୂଚନା ନାହିଁ । କେବେ ବିଦେଶ ଯାତ୍ରା ଉପରୁ କଟକଣା ହଟିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । କରୋନାର ଭୟବହତାକୁ ଦେଖି ଏବେ କୌଣସି ବୋର୍ଡ କ୍ରିକେଟ ବାବଦରେ କୌଣସି ଆଲୋଚନା କରୁନାହାଁନ୍ତି ।ତେବେ ଏହି ଟୁର୍ଣ୍ଣାମେଣ୍ଟ ରବ୍ଦ ହୋଇପାରେ । କରୋନା ଭାଇରସ ପାଇଁ ପୂର୍ବରୁ ଅଲମ୍ପିକ ଓ ଓ୍ୱିଲିମ୍ବଡନ୍ ଖେଳ ଉପରେ ଗ୍ରହଣ ଲାଗି ସାରିଛି । ଏହା ମଧ୍ୟରେ ଆଇପିଏଲ ଆୟୋଜନକୁ ନେଇ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।

Leave A Reply

Your email address will not be published.