ଗୋଟିଏ ଦିନରେ ୫ କରୋନା ପଜିଟିପ୍ ଚିହ୍ନଟ

290

ଭୁବନେଶ୍ବର:୧୪/୪(ଏସଏସଏନ୍)ଗୋଟିଏ ଦିନରେ ୫ ଜଣ କରୋନା ପଜିଟିପ୍ ଚିହ୍ନଟ ହୋଇଛି । ଆଜି ସକାଳେ ଯାଜପୁର ଅଞ୍ଚଳରେ ଚିହ୍ନଟ ହୋଇଥିବା ବେଳେ ପୁଣି  ଆଉ ୪ କରୋନା ପଜିଟିଭ ଭୁବନେଶ୍ବରରୁ  ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୬୦ରେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୱେବସାଇଟ ମାଧ୍ୟମରେ ସୂଚନା ଦିଆଯାଇଛି । ୪ଜଣ ନୂଆ କରୋନା ଆକ୍ରାନ୍ତ ଭୁବନେଶ୍ୱରୁ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ବମିଖାଲ ଅଞ୍ଚଳର ୩ଜଣ ଓ ଝାରପଡା ଅଞ୍ଚଳର ଜଣେ ଆକ୍ରାନ୍ତ ଅଛନ୍ତି । ଝାରପଡାର ଆକ୍ରାନ୍ତ ଜଣକ ୫୦ ବର୍ଷୀୟ ପୁରୁଷ ଥିବା ବେଳେ ବମିଖାଲ ଅଞ୍ଚଳର ଦୁଇଜଣ ପୁରୁଷ ଓ ଜଣେ ମହିଳା ଥିବା ସୁଚନା ମିଳିଛି । ।

Comments are closed.