ମାଟ୍ରିକ୍ ଆଧାରରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ

0 156

ଭୁବନେଶ୍ୱର,୧୭/୬(ଏସ ଏସ ନିୟୁଜ) ମାଟ୍ରିକ୍ ଆଧାରରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହେବା ନେଇ କାଉନ୍ସିଲ୍ ଅଫ୍ ହାଇଅର୍ ସେକେଣ୍ଡାରି ଏଜୁକେସନର ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ କହିଛନ୍ତି । ମୂଲ୍ୟାୟନ ପାଇଁ ମାଟ୍ରିକ୍ ମାର୍କ ବେଷ୍ଟ ବୋଲି ସେ କହିଛନ୍ତି ।

ଏନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ବୈଷୟିକ କମିଟି ରିପୋର୍ଟ ଦେବ । ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବା ପରେ ଶେଷ ନିଷ୍ପତ୍ତି ସରକାର
ନେବେ ବୋଲି ସେ କହିଛନ୍ତି ।ଅନ୍ୟପକ୍ଷରେ ସିବିଏସଇ ପକ୍ଷରୁ ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.