କଟକ,୭।୨(ଏସଏସନିଉଜ) ବାରଙ୍ଗ ଥାନା ଅଂଚଳରେ ଏକ ପୁରୁଣା ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାରଙ୍ଗ ଥାନା ପୁଲିସ।
ପ୍ରକାଶଯେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଂଚଳର ପ୍ରଶାନ୍ତ ହାଣ୍ଡି ଓରଫ ରାଜା ଓ ଲିଟୁ ପାତ୍ର ଓରଫ ମଣ୍ଟୁ ବାରଙ୍ଗ ଥାନା ଅନ୍ତର୍ଗତ ପଦ୍ମନାଭନଗର ଗ୍ରାମର ଜଣେ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ଅପହରଣ କରି ଚେନ୍ନାଇ ନେଇ ସେଠାରେ ଏକ ଘରୋଇ କମ୍ପାନୀରେ ନିଯୁକ୍ତି କରାଇ ଏକ ଭଡ଼ା ଘରେ ରହୁଥିଲେ। କିଛି ଦିନ ପରେ ରାଜା ଯୁବତୀଙ୍କ ସହିତ ବଳପୂର୍ବକ ସାରରିକ ସମ୍ପର୍କ କରିଥିଲା। ଯୁବତୀ ଜଣକ ପରିବାର ସହିତ ଯୋଗାଯୋଗ କରି ଘରକୁ ଫେରିବା ପରେ ୨୯ ଜୁଲାଇ ୨୦୧୭ରେ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ କେସ ନଂ ୧୧୧/୧୭ ରେଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଉଭୟ ଅଭିଯୁକ୍ତ ଘଟଣା ଦିନଠାରୁ ଫେରାର ହୋଇ ଯାଇଥିଲେ। ଶନିବାର ଦିନ ବାରଙ୍ଗ ଥାନା ଅଧୀନ ଗୋଡିସାହିଫାଣ୍ଡି ପୁଲିସ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଂଚଳରୁ ପ୍ରଶାନ୍ତ କାଣ୍ଡି ଓରଫ ରାଜା ଓ ଲିଟୁ ପାତ୍ର ଓରଫ ମଣ୍ଟୁଙ୍କୁ ତାଙ୍କ ଗ୍ରାମରୁ ଶନିବାର ଗିରଫ କରି ସଂନ୍ଧ୍ୟାରେ କୋର୍ଟ ଚାଲାଣ କରିଛି।
Prev Post
Next Post
