ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ

0 471

ଭୁବନେଶ୍ୱର,୧୯/୮ (ଏସ ଏସ ନିୟୁଜ )ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବୁଧବାର ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷାଫଳ ଘୋଷଣା କରିଥିବା ବେଳେ ଯୁକ୍ତ ୨ ବାଣିଜ୍ୟରେ ୭୪.୯୫ ପ୍ରତିଶତ ପାସ୍ ହାର ରହିଥିବା ସୂଚନା ଦିଆଯାଇଛି।ଚଳିତବର୍ଷ ମୋଟ୍ ୨୫,୭୭୨ ଛାତ୍ରଛାତ୍ରୀ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯,୩୧୮ ଜଣ ପାସ୍ କରିଛନ୍ତି।୧୨,୨୧୫ ଜଣ ଛାତ୍ର (୭୩.୩୭%) ଓ ୭,୧୦୩ ଛାତ୍ରୀ (୭୭.୮%) ପାସ୍ କରିଛନ୍ତି। ୬,୬୧୦ ଜଣ ପ୍ରଥମ ଶ୍ରେଣୀ, ୪,୨୫୯ ଜଣ ଦ୍ୱିତୀୟ ଓ ୮,୩୬୧ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।୨୯ କଲେଜରେ ଶତପ୍ରତିଶତ ପିଲା ପାସ୍ କରିଥିବା ବେଳେ ୨ କଲେଜରେ କୌଣସି ପିଲା ପାସ୍ କରି ନଥିବାର ଜଣାପଡିଛି ।

Leave A Reply

Your email address will not be published.