ପୁଜାମଣ୍ଡପ ବୁଲିଲେ ବିଧାୟକ

0 277

ଭୁବନେଶ୍ୱର,୧୪/୧୧- ବାରଙ୍ଗର ଗଣପର୍ବ ପ୍ରସିଦ୍ଧ କାର୍ତିକେଶ୍ୱର ପୁଜା ଆରମ୍ଭ ହୋଇଯାଇଛି । ଏଥିପାଇଁ ବାରଙ୍ଗ ଅଂଚଳ ଚଳଚଂଚଳ ହୋଇଉଠିଛି । ସନ୍ଧ୍ୟା ହେବାମାତ୍ରେ ବିଭିର୍ଣ ପୁଜାମଣ୍ଡପମାନଙ୍କରେ ଦେଖଣାହାରୀଙ୍କର ଭୀଡ ଲାଗିରହୁଛି । ରଙ୍ଗବେରଙ୍ଗର ସୁସଜ୍ଜିତ ଆଲୋକମାଳା ପୁଜାସ୍ବକୁ ଅଧିକ ମନଲୋଭା କରିଛି । ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଯୁବକମାନେ ମଜ୍ଜା ଉଠାଇବାର ମୁଖ୍ୟ ମାଧ୍ୟମ ସାଜିଛି ।ଏହାରି ଭିତରେ ବାଙ୍କୀ ର ଯୁବବିଧାୟକ ଦେବୀରଞନତ୍ରିପାଠୀ ବାରଙ୍ଗରେ ହୋଇଥିବା ପୁଜାମଣ୍ଡପ ଗୁଡିକ ପରିଦର୍ଶନ କରିଛନ୍ତି ।

ବିଧାୟକ ବେଲଗଛିଆ,ନରଣପୁର,କୁସିନ୍ଦା,କୃଷ୍ନଚନ୍ଦ୍ରପୁର,ମୁଣ୍ଡମୁହାଣ,ଫକିରପଡା,ତ୍ରିଶୁଳିଆ, ମଧୁବନ,ମଧୁପୁର,ବଛିପୁର ,ଫୁଲପୋଖରୀ, ପୁରୁଣାବାରଙ୍ଗ,କଂଟାପାଟଣା ,ଶ୍ରୀବନ୍ତପୁର,ସୀତାରାମବଜାର, ଆନନ୍ଦ ବଜାର, ବଙ୍ଗାଳିସାହି ,ଦାଢାପାଟଣା ଆଦି ୨୪ଟି ପୁଜାମଣ୍ଡପ ବୁଲିବା ସହ ପୁଜାକମିଟିର  ସଭ୍ୟମାନଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.