କଟକ, ୭।୨(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଢପୁର ନିକଟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଥିବା ରେଳଓଭର ବ୍ରିଜର ସୁରକ୍ଷା ବାଡ଼ଟି କୌଣସି ଅଜଣା ଗାଡ଼ି ଧକ୍କାରେ ଭାଙ୍ଗିଯାଇଥିବାର ଶନିବାର ବଢ଼ି ଭୋର ସମୟରେ ଦେଖିବାକୁ ମିଳିଛି।
ଶୁକ୍ରବାର ବିଳମ୍ବିତରାତିରେ ଷଣ୍ଢପୁର ଗ୍ରାମ ଢ଼ାବା ନିକଟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା ଉପରେ ଅତିକ୍ରମ କରି ଯାଇଥିବା ରେଳ ଓଭରବ୍ରିଜର ସୁରକ୍ଷା ପାଇଁ ରେଳବିଭାଗ ତରଫରୁ ମୁଖ୍ୟ ରାସ୍ତାରେ ସୁରକ୍ଷା ବାଡ଼ା ଲଗାଯାଇଛି।ଏହାଦ୍ୱାରା ମୁଖ୍ୟରାସ୍ତାରେ ଯାଉଥିବା ଦ୍ରୁତଗାମୀ ଗାଡିର ବେଗ ନିୟନ୍ତ୍ରଣ ହେବା ସହ ବହୁତ୍ ଉଚ୍ଚରେ ମାଲ୍ ପରିବହନ କରିଥିବା ଗାଡି ଯାତାୟାତ କରିବାର ବାଧକ ସାଜିବ।ତେବେ ଶୁକ୍ରବାର ବିଳମ୍ବିତ ରାତିରେ କୈ।ଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ଥିବାରୁ ସୁରକ୍ଷା ବାଡଟି ଭାଙ୍ଗି ଯାଇଛି।ସୁରକ୍ଷା ବାଡାଟି ଭାଙ୍ଗି
ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା ଉପରେ ପଡ଼ିଥିବାରୁ ମୁଖ୍ୟରାସ୍ତାରେ ଗାଡି ଯାତାୟାତ ଠପ ହୋଇଯାଇଥିଲା।
ଏହାଦେଖି ସ୍ଥାନୀୟ ଲୋକମାନେ ଗୋଡିସାହି ଫାଣ୍ଡି ପୋଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ସୂଚନା ପାଇ ଉଭୟ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ମଝିରେ ଭାଙ୍ଗି ପଡିଥିବା ସୁରକ୍ଷା ବାଡ଼ାକୁ ହଟାଇବା ପରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଯାତାୟାତ ସ୍ଵାଭାବିକ ହୋଇଥିଲା। ଏହି ରେଳ ଓଭରବ୍ରିଜ୍ ସୁରକ୍ଷା ବାଡ଼ାଟି ବହୁବାର ଭଙ୍ଗୁଥିବାର ଦେଖିବାକୁ ମିଳିଛି। କିନ୍ତୁ ଏହାର ସ୍ଥାୟୀ ମରାମତି କରାନଯାଇ ବ୍ୟବସାୟିକ ଉଦ୍ଦେଶ୍ୟରେ ଠିକାଦାର ତା ପକେଟ ଗରମ ପାଇ କାମ କରୁଥିବାରୁ ଏପରି ସମସ୍ୟା ଉପୁଜିବାର ମୁଖ୍ୟ କାରଣ ପାଲଟିଛି ବୋଲି ଚର୍ଚ୍ଚା ଜୋର୍ ଧରିଛି।
Prev Post
