କଟକ,୭।୨(ଏସଏସନିଉଜ)ମଧୁବନ ଗାଁମୁଣ୍ଡ ପାହାଡରୁ ବେଆଇନ ଭାବେ କାଜୁ ଗଛ କାଟି ମୋରମ ଚାଲାଣ ହେଉଥିବାର ଅଭିଯୋଗ କରି ଶୁକ୍ରବାର ରାତିରେ ମଧୁବନ ଗ୍ରାମର କିଛି ଯୁବକ ଆକ୍ରମଣ କରିଥିଲେ।ଏଥିରେ ଦୁଇଜଣ ଆହତ ହୋଇଥିଲେ।ଏହି ଘଟଣାରେ ବାରଙ୍ଗଥାନା ପୋଲିସ ତଦନ୍ତ କରି ଶନିବାର ୩ଜଣ ଆକ୍ରମଣକାରୀ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସେମାନେ ହେଲେ ମଧୁବନ ଗ୍ରାମର ଦେବେନ୍ଦ୍ର ପ୍ରଧାନ (୪୫) ଦେବାଶିଷ ରାଉଳ(୨୨)ଓ ଟିକଲ ସ୍ୱାଇନ (୨୨)।
ପ୍ରକାଶ ଯେ,ପ୍ରଶାନ୍ତ ପାତ୍ର ନାମକ ବ୍ୟକ୍ତି କଟକ ଖଣି ଅଧିକାରୀଙ୍କଠାରୁ ଇଡକୋ ସାଇଟରେ କାମ ନିମନ୍ତେ ଆବଶ୍ୟକତା ଥିବାରୁ ମଧୁବନ ଗାଁ ମୁଣ୍ଡ ପାହାଡରୁ ମୋହରମ ଉଠାଇବା ଏବଂ ପରିବହନ କରିବା ଏକ ଟେଣ୍ଡର ଆଣିଛନ୍ତି।ଏହି ଆଧାରରେ ଶୁକ୍ରବାର ରାତିରେଶ୍ରମିକମାନଙ୍କୁ ନିୟୋଜିତ କରି ମୋରମ ଖୋଳି ପରିବହନ କାର୍ଯ୍ୟ କରୁଥିଲେ।ଏହି ସମୟରେ ମଧୁବନ ଗ୍ରାମର ପବିତ୍ର ପ୍ରଧାନ, ସୁନିଲ ସ୍ୱାଇଁ ଏବଂ ଟୁଲିଆ ପ୍ରଧାନଙ୍କ ନେତୃତ୍ୱରେ ପ୍ରାୟ ୧୫/୨୦ ଜଣ ଯୁବକ ଉକ୍ତ ଜାଗାକୁ ଆସି ବେଆଇନ ଭାବେ ମୋରମ ଉଠାଇବା ଓ କାଜୁ ଗଛ କାଟିବା ଅଭିଯୋଗ ଉଠାଇ ଶ୍ରମିକମାନଙ୍କୁ ମାରିଦେବା ଉଦ୍ଦେଶ୍ୟରେ ପଥର ମାଡ଼ କରିଥିଲେ। ଫଳରେ ଦୁଇଜଣ ଅପରେଟର ଆହତ ହୋଇଥିଲେ ବୋଲି ଶନିବାର ଦିନ ବାରଙ୍ଗ ଥାନାରେ ପ୍ରଶାନ୍ତ କରିଥିବା ଅଭିଯୋଗରେ ଦର୍ଶାଇଥିଲେ। ପୋଲିସ୬୨/୨୬କେସ ନମ୍ୱର ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଶନିବାର ଦିନ ମଧୁବନ ଗ୍ରାମର ଦେବେନ୍ଦ୍ର ପ୍ରଧାନ (୪୫) ଦେବାଶିଷ ରାଉଲ (୨୨) ଟିକଲ ସ୍ୱାଇନ (୨୨)କୁ ଗିରଫକରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିବାର ଜଣାପଡିଛି।
Next Post
