ରେଳ ଷ୍ଟେସନରୁ ଧରାହେଲା ଗଞାଭର୍ତି ପ୍ୟାକେଟ

0 427

ଭୁବନେଶ୍ୱର,୧୭/୧୧(ଏସଏସନିୟୁଜ) ସାମାନ୍ୟ କେଇଟା ଅର୍ଥ ପାଇଁ ମନୁଷ୍ୟ ତାର ହିତାହିତ୍ୟ ଞାନ ଭୁଲିଯାଏ ।ଟଙ୍କାର ଲୋଭ ରେ ବଶବର୍ତୀ ହୋଇ ଭବିଷ୍ୟତ କଥାକୁ ମଧ୍ୟ ଭୁଲିଯାଇଥାଏ ।ଏହିଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ରେଳ ଷ୍ଟେସନରେ ।ସାମାନ୍ୟ କେଇଟା ଟଙ୍କା ଲୋଭରେ କୋରାପୁଟରୁ ଗଞେଇ ନେଇ ଟ୍ରେନରେ ଯାତ୍ରା କରିବାକୁ ଆସୁଥିବା ବେଳେ ଆରପିଏଫ୍ ପୋଲିସ ଦ୍ୱାରା ଧରାପଡିଛନ୍ତି । ସେ ହେଉଛନ୍ତି ୨୩ବର୍ଷ ର ଯୁବକ ରାବିବୁଲ ଆଲାମ ।
ଘଟଣାରୁ ପ୍ରକାସ ଯେ, ରାବିବୁଲ ଆଲାମ ରାମପୁରହାଟରେ ଆଳୁ ଗୋଡାଉନରେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି।ଗୁଲାମ କବାଡିଆ ନାମକ ୫୦ବର୍ଷର ବ୍ୟକ୍ତି କୋରାପୁଟରୁ ଆଣି ରାମପୁରହାଟରେ ଗଞାପ୍ୟାକେଟ ପହଁଚାଇଦେଲେ ଯାତାୟାତ ଖର୍ଚ୍ଚ ସହ କେଜିପିଛା ୧ହଜାରେ ଟଙ୍କା ଦେବାକୁ ରାବିବୁଲ ସହ ଚୁକ୍ତି କରିଥଲେ ।ଟଙ୍କାଲୋଭରେ ବଶବର୍ତୀ ହୋଇ ରାବିବୁଲ କୋରାପୁଟ ଯାଇଥିଲେ ।କୋରାପୁଟ ବସଷ୍ଟାଣ୍ଡରେ ଜଣେ ଅଜଣାବ୍ୟକ୍ତି ଏକ ଟଲିରେ ଆଣି ଗଞାଭର୍ତିପ୍ୟାକେଟ ଦେବାପରେ ସେ ବସ ଯୋଗେ ବରମୁଣ୍ଡା ବସଷ୍ଟାଣ୍ଡ ଆସି ସେଠାରୁ ଏକ ଅଟୋ ଯୋଗେ ‌ଭୁବନେଶ୍ୱରରେଳଷ୍ଟେସନ ଆସିଥିଲେ । ସେ ଯଶୋବନ୍ତପୁର- ହାଉଡା ତୁରନ୍ତ ଏକ୍ସପ୍ରେସରେ ଭୁବନେଶ୍ୱରରୁ ହାଉଡା ଅଭିମୁଖେ ‌ଯାତ୍ରା କରିବା ପାଇଁ ଟିକେଟ ମଧ୍ୟ କରିଥିଲେ । ଗତକାଲି ମୁଖ୍ୟ ପ୍ରବେଶପଥ ଦେଇ ରାବିବୁଲ ଷ୍ଟେସନକୁ ପ୍ରବେଶ କରିବା ବେଳେ ସ୍କାନରରେ ଡ୍ୟୁଟିରେ ଥିବା ଆରପିଏଫ୍ କର୍ମଚାରୀ ଏଲସି ମମତା ଭୋଇ ଏବଂ ଆରପିଏଫ ପୋଷ୍ଟର ସିଫ୍ଟ ଅଫିସର ଏଏସଆଇ ସୁଦର୍ଶନ ସେଠୀ ଜାଣିବାକୁ ପାଇଥିଲେ ।ପରେ ରାବିବୁଲକୁ ଅଟକ ରଖି ପଚରାଉଚରା କରିବାପରେ ଗଞାଭର୍ତିପ୍ୟାକେଟ ଥିବା କଥାକୁ ସେ ମାନିଯାଇଥିଲା ।ପୋଲିସ ୧୦୯/୨୦କେଶନଂରେ ଏକ ମକଦ୍ଦମା ରୁଜୁକରି ରାବିବୁଲକୁ ଗିରଫ କରିବା ସହ ତାଠାରୁ ୧ଲକ୍ଷ୨୨ ହଜାରେଟଙ୍କା ମୁଲ୍ୟର୧୨କିଜି ଗଞାକୁ ଜବତ କରିଥିଲା ।

Leave A Reply

Your email address will not be published.