ଉଦଘାଟିତ ହେଲା ବାରଙ୍ଗ ମହୋତ୍ସବ

0 324

ଭୁବନେଶ୍ୱର,୧୨/୧୧- ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ପାରମ୍ପାରିକ ରୀତିରେ ମଙ୍ଗଳବାର ଦିନ ଉଡଘାଟିତ ଦ୍ହୋଇଯାଇଛି । ଉତ୍ସବର ପ୍ରଥମ ଦିନରେ ସକାଳ ୭ଟା ସମୟରେ କମିଟିର କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ଚକ୍ରବର୍ତୀଙ୍କ ନେତୃତରେ ଏକ ମାଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଶହଶହ ଯୁବକ ତ୍ରିଶୁଳିଆ ରାମେଶ୍ୱର ମନ୍ଦିରରୁ ମାଶାଲ ଆଣି ମା କନକଦୁର୍ଗା ମନ୍ଦିର ଓ ମେଡିକାଲ ଛକ ଦେଇ ସଭାସ୍ଥଳକୁ ଆଣିଥିଲେ । ପରେ ବାଜା , ବାଣ , ରୋଷଣି ସହ ପାରମ୍ପାରିକ ରୀତିରେ ସାଧବପୁଅକୁ ସୁସଜ୍ଜିତ ଭାବରେ ପ୍ରାଚୀ ନଦୀ ତଥା ପୁରୀ  ମେନକେନାଲ କୁଳକୁ ନିଆଯାଇଥିଲା । ସେଠାରେ ସାଧବାଣୀ ବେଶରେ ବୋହୂମାନେ ଅପେକ୍ଷା କରିଥିଲେ । ପରେ ପାରମ୍ପାରିକ ରୀତିରେ ବୋଇତ ବନ୍ଦାଣ କରାଯାଇଥିଲା । ଏହି ଉତ୍ସବରେ ଆଖପାଖ ଅଂଚଳର ହଜାର ହଜାର ଶଦ୍ଧାଳୁ ଯୋଗଦାନ କରି ଶଙ୍ଖ ,ହୁଳହୁଳି ହରିବୋଲରେ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

କିଛି ସମୟ ପରେ ବାରଙ୍ଗ ମେଡିକାଲ ଛକଠାରେ ହୋଇଥିବା ସଭାସ୍ଥଳରେ ଆରମ୍ଭ ହୋଇଥିଲା ଚୁଡଙ୍ଗଗଡ-ବାରଙ୍ଗ ମହୋତ୍ସବ । ମହୋତ୍ସବ କମିଟିର ସଭାପତି ପ୍ରେମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାସଂଦ ପ୍ରଶନ୍ନ ପାଟ୍ଟଶାଣି , ମୁଖ୍ୟବକ୍ତା ଭାବେ ସାମ୍ବାଦିକ ପ୍ରଦୁମ୍ନ ଶତପଥି ,ଶିକ୍ଷାବିତ୍ ଡଃ ହରିହର କାନୁନଗୋ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦାନ କରି ଓଡିଶାର ଗୈାରବ ଚୁଡଙ୍ଗଗଡର ଐତିହକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଦୁଇଦିନ ଧରି ପାଳନ ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ କଲେଜ ଓ ହାଇସ୍କୁଲପିଲାମାନଙ୍କ ସହ ବିଭିର୍ଣ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ବ୍ୟକ୍ତିବିଶେଷକୁ ସମ୍ମାନୀତ କରାଯାଇଥିଲା । ଏହାପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜ୍ଜା ଦର୍ଶକମାନେ ଉଠାଇଥିଲେ ।

Leave A Reply

Your email address will not be published.