ଏନଡିଏରୁ ବିଦାୟ ନେଲେ ଅକାଳୀ ଦଳ

0 3,306

ନୂଆଦିଲ୍ଲୀ,୨୭/୯(ଏସ ଏସ ନିୟୁଜ )ମୋଦି ସରକାରରୁ ପୁରୁଣା ସହଯୋଗୀ ସିରୋମଣୀ ଅକାଳୀ ଦଳ ବିଜେପି ନେତୃତ୍ୱାଧୀନ ମେଣ୍ଟରୁ ବିଦାୟ ନେଇଛି ।ସରକାର ଆଣିଥିବା ନୂଆ କୃଷି ବିଲ୍‌କୁ ବିରୋଧକରି ଅକାଳୀ ଦଳର ଏଭଳି ପଦକ୍ଷେପ ନେଇଛି ।ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନୂଆ କୃଷି ବିଲ୍‌କୁ ହରିଆଣା,ଉତ୍ତର ପ୍ରଦେଶ ଓ ପଞ୍ଜାବରେ ଚାଷୀମାନେ ଏହାକୁ ଜୋରଦାର ବିରୋଧ କରୁଛନ୍ତି। କେନ୍ଦ୍ର ସରକାର ଆଣିଥିବା କୃଷି ବିଲ କୁ ଚାଷୀମାନେ ବିରୋଧ କରୁଛନ୍ତି। ଚାଷୀମାନେ ସେମାନଙ୍କ ଶସ୍ୟର ଗୋଟିଏ ଏମଏସପି ଧାର୍ଯ୍ୟ ଉପରେ ସରକାର କୌଣସି ନିଷ୍ପତ୍ତି ନେଉନଥିବା ବେଳେ ଶିଖମାନଙ୍କ ପାଇଁ କେନ୍ଦ୍ର ସରକାର କିଛି ବି କରୁନଥିବାରୁ ଅକାଳି ଦଳ ଏନଡିଏ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା କେନ୍ଦ୍ରମନ୍ତ୍ରୀ ହରସମିରତ କୌର ନିକଟରେ ନିଜ ପଦରୁ ଇସ୍ତଫା ଦେଇଥିବାବେଳେ ସୁଖବୀର ସିଂହ ବାଦଲଙ୍କ ଅଧ୍ୟକ୍ଷତାରେ ଅକାଳୀ ଦଳର ଏହାକୁନେଇ ଏକ ବୈଠକ ବସିଥିଲା ।

Leave A Reply

Your email address will not be published.