କରୋନା ପାଇଁ ଫିକା ଫିକା ହେବ ଦୁର୍ଗାପୂଜା

0 7,722

ସଂକ୍ଷେପରେ ଆଜି ସକାଳର ଖବର ତାରିଖ ୨୬/୦୮/୨୦,ବୁଧବାର
୧-ନିଟ୍-ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୱାଲଙ୍କୁ ଲେଖିଲେ ଚିଠି ; କରୋନା ସଂକ୍ରମଣ ପାଇଁ ପରୀକ୍ଷା ଘୁଞ୍ଚାଇବାକୁ ଦାବି।
୨-ଆସିଲା JEE, NEET ଗାଇଡ୍‌ଲାଇନ୍: ହାତରେ ଗ୍ଲୋଭ୍ସ, ସାଙ୍ଗରେ ପାଣି ବୋତଲ, ୬ ଫୁଟ୍ ଦୂରତାରେ ବସିବେ ପରୀକ୍ଷାର୍ଥୀ।
୩-ଦେଶର ମୋଟ ସକ୍ରିୟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧.୯୨% ଆଇସିୟୁରେ ଅଛନ୍ତି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
୪-କୋଭିଡ୍‌-୧୯ର ପ୍ରକୃତ ଆର୍ଥିକ ପ୍ରଭାବ ଆକଳନ କରିବା କଷ୍ଟକର: ଆର୍‌ବିଆଇ।
୫-ଘରୋଇ ଲାବରେ ଆରଟି-ପିସିଆର ପରୀକ୍ଷା ଦର ୧୨ ଶହ ଟଙ୍କାକୁ କମାଇଲେ ରାଜ୍ୟ ସରକାର
୬-ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା: ୧୯ ଘଣ୍ଟା ପରେ ଭଗ୍ନସ୍ତୁପ ମଧ୍ୟରୁ ଜୀବନ୍ତ ଉଦ୍ଧାର ହେଲା ୫ ବର୍ଷର ବାଳକ; ତଥାପି ୧୯ ନିଖୋଜ।
୭-ମାସ୍କ ପିନ୍ଧୁନଥିବା କିଛି ଦାୟିତ୍ୱହୀନ ବ୍ୟକ୍ତିଙ୍କ ଯୋଗୁଁ କରୋନା ବ୍ୟାପୁଛି : ଆଇସିଏମଆର।
୮-ଆମେରିକା : ଗୋଟିଏ ଦିନ ବ୍ୟବଧାନରେ ସମାନ ସ୍ଥାନରେ ଦୁଇଟି ସାମୁଦ୍ରିକ ବାତ୍ୟା।
୯-କରୋନା କାଳରେ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇପାରେ ସଂସଦର ମୌସୁମି ଅଧିବେଶନ, ଦେଖିବାକୁ ମିଳିବ ଅନେକ ପରିବର୍ତ୍ତନ
୧୦-ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଆରମ୍ଭ ହେବ ରନୱେର କାର୍ପେଟିଂ କାମ । ୪ ମାସ ଧରି ରାତି ୧୧ରୁ ସକାଳ ୭ ପର୍ଯ୍ୟନ୍ତ ବନ୍ଦ ରହିବ ବିମାନ।
୧୧-ଭାରତୀୟ କରୋନାଭାରସ୍ ଟିକା ଦୌଡ଼ : ୧୭୫୦ଜଣଙ୍କୁ ନେଇ ୩ଟି ଟିକାର ପରୀକ୍ଷଣ ଚାଲିଛି, ଖୁବ୍ ଶୀଘ୍ର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ।
୧୨-ଅଫିସିଆଲ୍ ୱେବସାଇଟରେ ନକଲି ଭାଷଣ ପୋଷ୍ଟ କରି ପୁଣି ଥରେ ଅପଦସ୍ଥ ହେଲା ପାକିସ୍ତାନ।
୧୩-କରୋନା ପାଇଁ ଫିକା ଫିକା ହେବ ଦୁର୍ଗାପୂଜା । କଟକରେ କଟକଣା ଭିତରେ ପାଳନ ହେବ ଦଶହରା । ଝଲସିବନି ପୂଜା ମଣ୍ଡପ, ରହିବନି ଶ୍ରଦ୍ଧାଳୁଙ୍କ ଭିଡ । ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ।
୧୪-ଭିସୁଟରେ ନିର୍ମାଣ ହେବ ସ୍ପେଶ୍ ଇନୋଭେସନ୍ ସେଣ୍ଟର – ସହଯୋଗ କରିବ ଇସ୍ରୋ।
୧୫-ଲୋକପ୍ରିୟ ବିଶ୍ବସ୍ବରୀୟ ପତ୍ରିକା ‘ଡିଜିନ୍‌’ରେ ସ୍ଥାନ ପାଇଛି ଓଡ଼ିଶାର କୃଷି ଭବନ । ଭାରତର ସର୍ବପ୍ରଥମ ସରକାରୀ ସୌଧ ଭାବେ ଓଡ଼ିଶାର କୃଷିଭବନର ନିର୍ମାଣ ଶୈଳୀକୁ ଅନ୍ତର୍ଜାତୀୟ ପତ୍ରିକାରେ ସ୍ଥାନିତ କରାଯାଇଛି। ସମ୍ବଲପୁର ଶାଢି ଡିଜାଇନରେ ଏହି କୃଷି ଭବନ ନିର୍ମାଣ କରାଯାଇଛି।ସମ୍ବଲପୁରରୁ ଇକତ୍ ଶୈଳୀ‌ ଓ ଶାଢୀ ଡିଜାଇନ୍‌କୁ ନେଇ ଏହି କୃଷିଭବନ ନିର୍ମାଣ ହୋଇଛି ।

Leave A Reply

Your email address will not be published.