ଵରିମୁଣ୍ଡ ପଞ୍ଚାୟତରେ ୧୧ ପଜିଟିଭ୍

0 447

ବାରଙ୍ଗ.୨୬/୮( ଏସ୍‌ଏସ୍‌ନିୟୁଜ୍‌)  ଭୁବନେଶ୍ୱର ଉପକଣ୍ଠ ଗ୍ରାମାଞ୍ଚଳ ମାନଙ୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବରିମୁଣ୍ଡ ଗ୍ରାମ ପଞ୍ଚାୟତ ରୁ ମଙ୍ଗଳବାର ଦିନ ପୁଣି ୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।କୃଷ୍ଣଶରଣପୁର ଗ୍ରାମରୁ ୭ ଜଣ ଏବଂ ସିଙ୍ଗଡ଼ା ଗ୍ରାମରୁ ୪ ଜଣ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ନାବାଳିକା ଏବଂ ୫ ଜଣ ପୁରୁଷ ଓ ୩ ଜଣ ନାବାଳକ ଅଛନ୍ତି। ଏହାକୁ ନେଇ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ସମସ୍ତେ ଆକ୍ରାନ୍ତ ହୋମ ଆଇସୋଲେନ୍ ରେ ରହି ଚିକିତ୍ସିତ ହେଉଛନ୍ତି।ପରବର୍ତ୍ତୀ ସମୟରେ ଉଭୟ ଗ୍ରାମକୁ ସାନିଟାଇଜ୍ କରାଯିବ ବୋଲି ବରିମୁଣ୍ଡ ସରପଞ୍ଚ ବିରେନ୍ଦ୍ର କୁମାର ଜେନା ସୂଚନା ଦେଇଛନ୍ତି।(ବାରଙ୍ଗ ରୁ ଗୌତମ ଭାରତଙ୍କ ରିପୋର୍ଟ)

Leave A Reply

Your email address will not be published.