ପୁଣି ୩୦ ଜିଲ୍ଲାରୁ ୩୩୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୧୩ମ୍ରୁତ

0 224

ଭୁବନେଶ୍ୱର,୨୬/୮(ଏସ ଏସ ନିୟୁଜ )ଆଜି ପୁଣି ୩୦ ଜିଲ୍ଲାରୁ ୩୩୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୨୦୫୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୩୧୮ ସ୍ଥାନୀୟ ମାମଲା ରହିଛି। ନୂଆ ଆକ୍ରାନ୍ତ ଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୫୪୭, କଟକରୁ ୩୫୭, ଗଞ୍ଜାମରୁ ୧୯୬, ଯାଜପୁରରୁ ୧୭୩, ନୟାଗଡ଼ରୁ ୧୭୧, ସୁନ୍ଦରଗଡ଼ରୁ ୧୫୪, ରାୟଗଡ଼ାରୁ ୧୪୬, ପୁରୀରୁ ୧୪୪, ମାଲକାନଗିରିରୁ ୧୩୪, ଭଦ୍ରକରୁ ୧୧୪ ଓ ସମ୍ବଲପୁରରୁ ୧୦୭ ଜଣ ଅଛନ୍ତି। ସେହିପରି ବାଲେଶ୍ୱର ଓ ବରଗଡ଼ରୁ ୯୮ ଲେଖାଏଁ, ଜଗତସିଂହପୁରରୁ ୯୫, ଝାରସୁଗୁଡ଼ାରୁ ୯୩, ମୟୂରଭଞ୍ଜରୁ ୯୨, କୋରାପୁଟରୁ ୯୧, କେନ୍ଦ୍ରାପଡ଼ା ଓ ବଲାଙ୍ଗୀରରୁ ୭୬ ଲେଖାଏଁ, କେନ୍ଦୁଝରରୁ ୭୪, ଢେଙ୍କାନାଳରୁ ୬୭, ନବରଙ୍ଗପୁରରୁ ୬୫, ଅନୁଗୁଳରୁ ୬୩, ଗଜପତି ଓ କନ୍ଧମାଳରୁ ୪୧ ଲେଖାଏଁ, କଳାହାଣ୍ଡିରୁ ୨୮, ନୂଆପଡ଼ାରୁ ୧୫, ଦେବଗଡ଼ରୁ ୮, ବୌଦ୍ଧରୁ ୪ ଓ ସୋନପୁରରୁ ୩ ପଜିଟିଭ୍ ଚିହ୍ନଟ ହୋଇଛି ।ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ ରେ ପହଞ୍ଚିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।ସେହିଭଳିଭାବେ ୧୩ କରୋନା ରୋଗୀଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ସେମାନଙ୍କ ମଧ୍ୟରେ ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୩ ଲେଖାଏଁ, ଗଞ୍ଜାମ ଓ କଟକରୁ ୨ ଲେଖାଏଁ, ଭୁବନେଶ୍ୱର, ପୁରୀ ଓ କେନ୍ଦୁଝରରୁ ଜଣେ ଲେଖାଏଁ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.