କଟକ ଦୁର୍ଗାପୂଜାରେ ଭକ୍ତଙ୍କୁ ମନା

0 651

କଟକ ୨୬/୮ (ଏସ ଏସ ନିୟୁଜ ) କୋଭିଡ କଟକଣା ଭିତରେ କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଳନ କରାଯିବ। କେବଳ ମଣ୍ଡପରେ ଦୁର୍ଗାପୂଜା ଆୟୋଜନ ହେବ।କିନ୍ତୁ ମଣ୍ଡପକୁ ଆସିବା ପାଇଁ ଭକ୍ତଙ୍କୁ ମନା କରାଯାଇଥିବା ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି। ସାର୍ବଜନୀନ ସ୍ଥାନରେ ଆଦୌ ପୂଜା ଆୟୋଜନ ହେବ ନାହିଁ।କଟକରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେବଳ ମଣ୍ଡପ ଓ ନିଜ ନିଜ ଘରେ ପୂଜା ପାଇଁ ଅନୁମତି ଦିଆଯିବ ।କରୋନା ପାଇ କଟକର କୌଣସି ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ପ୍ରଶ୍ରୟ ଦିଆଯିବ ନାହିଁ।ବିଭିନ୍ନ ପୂଜା ଓ ସାହି କମିଟି ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି।

Leave A Reply

Your email address will not be published.