ଆଖଣ୍ଡଳମଣିଙ୍କ ବିଗ୍ରହ ବୁଡ଼ିଲା

0 299

ଭଦ୍ରକ,୨୬/୮(ଏସ ଏସ ନିୟୁଜ ) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ଗର୍ଭଗୃହରେ ବର୍ଷାଜଳ ପଶି ଯାଇଥିବାରୁ ବିଗ୍ରହ ବୁଡ଼ି ଯାଇଛନ୍ତି।ମନ୍ଦିର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡ ଦେଇ ମଙ୍ଗଳବାର ରାତିରେ ବର୍ଷାପାଣି ଗର୍ଭଗୃହରେ ପଶିଛି ।ଫଳରେ ବୁଧବାର ସକାଳୁ ଠାକୁରଙ୍କର ନୀତିକାନ୍ତି ବିଲମ୍ଭରେ ହୋଇଥିବାର ଜଣାପଡିଛି ।ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଗର୍ଭଗୃହ ପଥର ଚଟାଣ ମରାମତି ୨୦୧୮ ମସିହାରେ କରାଯାଇଥିଲା।ଏହାପରେ ମଧ୍ୟ ପଥର ଚଟାଣରେ ଫାଟ ସୃଷ୍ଟି ହୋଇ ଗର୍ଭଗୃହରେ ପାଣି ଜମିଥିବାର ଜଣାପଡିଛି ।

Leave A Reply

Your email address will not be published.