ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ …

0 3,270

ଖବର ଆଜିସକାର,ତାରିଖ ୦୩/୧୦/୨୦ ଶନିବାର ।
୧-ଆପଣ କପଲ ଚ୍ୟାଲେଞ୍ଜରେ ଫଟୋ ପୋଷ୍ଟ କରୁଛନ୍ତି କି ? ଜୀବନସାଥୀଙ୍କ ଫଟୋ ଛାଡୁଥିଲେ ହୋଇଯାଆନ୍ତୁ ସତର୍କ । ପରାମର୍ଶ ଦେଲା ପୋଲିସ ।
୨-ଆଇପିଏଲ ଟକ୍କର: ପୁଣି ଚିତପଟାଙ୍ଗ ମାରିଲା ଚେନ୍ନାଇଟ୍ଟରୋମାଞ୍ଚକର ମ୍ୟାଚରେ ୭ ରନରେ ବିଜୟ ହାସଲ କଲା ହାଇଦ୍ରାବାଦ ।
୩-ହାଥରସ କେସ୍: ନୀରବତା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କହିଲେ-ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ ଯାହା ଭବିଷ୍ୟତ ପାଇଁ ଉଦାହରଣ ପାଲଟିବ।
୪-ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଦେଶବ୍ୟା‌ପୀ ବିରୋଧ ତେଜିଲା : ଅଡ଼ୁଆରେ ଯୋଗୀ ସରକାର।
୫-ଆମେରୀକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମିଲେନିଆ କରୋନା ଆକ୍ରାନ୍ତ- ଘୋଷଣା ପରେ,ସାରା ବିଶ୍ୱର ସେୟାର ବଜାର ପ୍ରଭାବିତ, ଖସିଲା ଅନେକ ପ୍ରମୁଖ ବଜାରର ସୂଚକାଙ୍କ।
୬-ମହାନକାର୍ଯ୍ୟ ପାଇଁ ‘ମହାତ୍ମା’ ସମ୍ମାନ ପାଇବେ ସବ୍ୟସାଚୀ । ଭାରତୀୟ ସ୍କାଉଟ ଓ ଗାଇଡ୍ ଫେଲୋସିପ୍ ତରଫରୁ ପାଇବେ ସେବା ସମ୍ମାନ । ପ୍ରବାସୀଠୁ ଅସହାୟ ସଭିଙ୍କୁ ସାହାଯ୍ୟ କରି ହୃଦୟ ଜିଣିଛନ୍ତି ରିୟଲ ହିରୋ ।
୭-ମା ବେକରେ ଛୁରୀ ଲଗାଇଥିବା ପୁଅକୁ ହୋଇଛି ସିଜୋଫେନିଆ ରୋଗ । ଏକ ମାସର ଔଷଧ ନେଇ ଫେରିଗଲେ ମା ଓ ପୁଅ ।
୮-ଭାରତୀୟ ନୌସେନାର ଗର୍ବ ଓ ଗୌରବ ବିମାନ ପରିବହନକାରୀ ଆଇଏନଏସ ବିରାଟ ୧୦୦ କୋଟି ଟଙ୍କାରେ ବିକ୍ରି ହେବ।
୯- କୋଭିଡ୍‌-୧୯ ସଂକ୍ରମଣର ସବୁଠୁ ବିଶ୍ବାସଯୋଗ୍ୟ ଲକ୍ଷଣ ହେଉଛି ଘ୍ରାଣ ଶକ୍ତି କିଂବା ସ୍ବାଦ ବାରିବା ଶକ୍ତି ହ୍ରାସ: ଇଂଲଣ୍ଡ୍ ଅଧ୍ୟୟନ।
୧୦-ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ଘମାଘୋଟ ଯୁଦ୍ଧ, ପ୍ରାଣ ହରାଇଲେଣି ୯ ହଜାର ଲୋକ।
୧୧-ଚଳିତ ବର୍ଷ ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ତାଲିକାରେ ସାମିଲ ହୋଇଛନ୍ତି ଅକ୍ଷୟ କୁମାର।
୧୨-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡିରେ ତିନିଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ।
୧୩-କେବିସିରେ କିଟ୍ ଓ ଦୂତିଙ୍କୁ ପ୍ରଶଂସା କଲେ ବିଗ୍ ବି।
୧୪-ଚୋରି ଟଙ୍କା ଉଦ୍ଧାରରେ ଓଡିଶା ପୋଲିସ୍ ଫେଲ୍: ଗତବର୍ଷ ଚୋରି ହୋଇଥିଲା ୧୩୦ କୋଟି, ପୋଲିସ୍ ପାଇଛି ତିନି ଭାଗରୁ କମ୍ ।
୧୫-ଭାରତର ପ୍ରଥମ ଘରୋଇ କମ୍ପାନୀ ଭାବରେ ଜେଏସପିଏଲକୁ ଭାରତୀୟ ରେଳବାଇର ସାମଗ୍ରୀ ଯୋଗାଣକାରୀର ମାନ୍ୟତା
୧୬-ଲକ୍‌ଡାଉନ୍‌ରେ ୩୫୦ଟି ଅନଲାଇନ୍ କୋର୍ସ ସମ୍ପୂର୍ଣ୍ଣ କରି ବିଶ୍ବ ରେକର୍ଡର ଅଧିକାରୀ ହେଲେ କେରଳର ଯୁବତୀ।
୧୭-ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ।
୧୮-ସମ୍ବଲପୁର ଜୟନ୍ତପୁର‌ରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ନିଆଁ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।
୧୯-କ୍ରମାଗତ ଭାବେ ୧୧ ଦିନ ପାଇଁ କରୋନା ସକ୍ରିୟ ମାମଲା ସଂଖ୍ୟା ୧୦ ଲକ୍ଷରୁ କମ- ୧୨ ଦିନରେ ସୁସ୍ଥ ହେଲେ ୧୦ ଲକ୍ଷ ଆକ୍ରାନ୍ତ।
୨୦-ଯାତ୍ରୀ ପରିବହନ ବିପର୍ଯ୍ୟସ୍ତ, ହାତ ଟେକିଦେଲେଣି ମାଲିକ; ବସ୍ ୧୪ହଜାର, ରାସ୍ତାରେ ଗଡ଼ୁଛି ୧୦ %।

Leave A Reply

Your email address will not be published.