ପତ୍ନୀଙ୍କୁ ଉପହାର-ଚନ୍ଦ୍ରରେ ଜାଗା

0 2,240

ଖବର ଶନିବାର ସକାଳର ,ତାରିଖ ୨୬/୦୯/୨୦ ଶନିବାର।
୧-ରାଜ୍ୟରେ ୨ ଲକ୍ଷ ଟପିଲା କରୋନା ସଂକ୍ରମଣ।
୨-ଚେନ୍ନାଇ ସୁପର କିଙ୍ଗସ୍ ଲଗାତର ଦ୍ବିତୀୟ ପରାଜୟ ବରଣ : ଚେନ୍ନାଇ ସୁପର କିଙ୍ଗସକୁ ୪୪ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ।
୩-କୃଷି ବିଲ ବିରୋଧରେ ସାରା ଓଡିଶାରେ ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇଲେ ଚାଷୀ, ଚୁକ୍ତିଭିତିକ ଚାଷ ଓ ଏମଏସପି ପ୍ରସଙ୍ଗରେ ପ୍ରବଳ ବିରୋଧ । ଏମଏସପି ଉଠିବ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ପରେ ବି ସାରା ଦେଶରେ ଆନ୍ଦୋଳନ ।
୪–ପତ୍ନୀଙ୍କୁ ଉପହାର ଦେବାକୁ ଚନ୍ଦ୍ରରେ ଜାଗା କିଣିଲେ ପାକିସ୍ତାନ ଯୁବକ!
୫-ସଂସଦ ଢାଂଚାରେ ବସିବ ଓଡିଶା ବିଧାନସଭା । ଦର୍ଶକ ଗ୍ୟାଲେରୀରେ ବସିବେ ବିଧାୟକ, ଭିଡିଓ କନଫରେନ୍ସିରେ ମଧ୍ୟ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ ବିଧାୟକ, ଦିନକୁ ସାଢେ ୪ ଘଂଟା ଚାଲିବ ଅଧିବେଶନ ।
୬-ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍ ଅପିଲ ବ୍ୟବସ୍ଥା ଆରମ୍ଭ, ସଚ୍ଚୋଟ କରଦାତାଙ୍କୁ କରାଯିବ ସମ୍ମାନିତ।
୭-୧୨ ଆଇପିଏସ୍‌ଙ୍କ ସମେତ ୧୭୦୯ ପୁଲିସ ପାଇବେ ସୁରକ୍ଷା ସେବା ପଦକ।
୮-ଅଭିନେତ୍ରୀ ରକୁଲପ୍ରୀତ, ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା
୯-ଲୋକପ୍ରିୟ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ।
୧୦-ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍ ‘ସ୍ପୁଟନିକ ଭି’।
୧୧-୩ଟି ପର୍ଯ୍ୟାୟରେ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ରେ ହେବ ବିହାର ନିର୍ବାଚନ, ନଭେମ୍ବର ୧୦ରେ ଫଳାଫଳ।
୧୨-ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲକୁ ଭେଟି, ମହାନଦୀ ଉପରେ ହେବ ବ୍ରିଜ୍ ।
୧୩-ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କେନ୍ଦ୍ରର ପୁନର୍ଗଠନ ଓ ସ୍ଥାନ ପରିଦର୍ଶନ।
୧୪-ନବନିଯୁକ୍ତ ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ଭାରତ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ମୋଦୀ।
୧୫-ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମନ୍ତେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ।
୧୬-ଜାତୀୟ ସ୍ତରରେ ଓଡ଼ିଶା ଏନଏସଏସକୁ ସଫଳତା,ବାଙ୍କୀ କଲେଜ ଅଧ୍ୟାପକ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ।
୧୭-ଝାରସୁଗୁଡ଼ାରେ କାଲିଠୁ ୭ ଦିନ ପାଇଁ ବନ୍ଦ ରହିବ ଦୋକାନ ବଜାର, ନୟାଗଡରେ ବି ଆସନ୍ତା ସୋମ-ମଙ୍ଗଳ ସହର ବନ୍ଦ।
୧୮-ଫେମ୍’ ଯୋଜନାରେ ୬୭୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ଓ ୨୪୧ଟି ଚାର୍ଜିଙ୍ଗ୍ ଷ୍ଟେସନ୍ ମଞ୍ଜୁର କଲେ କେନ୍ଦ୍ର ସରକାର।
୧୯-ଗୁଜରାଟକୁ ଯାଉଛନ୍ତି ସର୍ବାଧିକ ଶ୍ରମିକ: ସ୍ବାଭାବିକ ହେଉଛି ସ୍ଥିତି, କର୍ମସ୍ଥଳୀମୁହାଁ ପ୍ରବାସୀ।
୨୦-ଓଡିଶାରୁ ମୋବାଇଲ ଗ୍ରାହକ ସଫା କରୁଛି ଜିଓ, ଗତ ୬ ମାସରେ ପ୍ରାୟ ୧୨ ଲକ୍ଷ ନୂଆ ଗ୍ରାହକ ଟାଣିନେଲା।

Leave A Reply

Your email address will not be published.