ବିଲେଇ ଯୋଗୁ ଧରପଡିଲା ସାପ

0 2,887

ବାରଙ୍ଗ,୨୬/୯(ଏସ୍‌ଏସ୍‌ନିୟୁଜ) ବାରଙ୍ଗତଥାଚନ୍ଦକା ଅଂଚଳର ବରିଷ୍ଠ ସାମ୍ବାଦିକ ମେଣ୍ଢାଶାଳ ଗ୍ରାମର ପଦ୍ମଚରଣବଡଜେନାଙ୍କ ଘରୁ ଏକ ନାଗସାପ ଉଦ୍ଧାର ହୋଇଛି ।ଏହି ନାଗସାପଟି ରାତି୯ଟା ପାଖାପାଖି ଘର ଭିତରକୁ ପଶିଆସିଥିଲା ।ବଡଜେନାବାବୁ ଖଟଉପରେ ବସି ଖାଇଉଥିବାବେଲେ ସାପଟି ଘର ଭିତରକୁ ପଶିଆସିଥିଲା ।କିନ୍ତୁ ଘରେ ଥିବା ବିଲେଇଟି ସାପଟିକୁ ଦେଖିବା ସହ ଜଗି ରହିଥିଲା ।ସାପଟି ମଧ୍ୟ ଫଁଫଁ ଶବ୍ଦ କରୁଥିବାର ବଡଜେନାଙ୍କ ଧର୍ମପନ୍ତୀ ଜାଣିବାକୁ ପାଇଥିଲେ ।ଏହାପରେ ଏହି ଗ୍ରାମର ସାପଧରାଳି ବୁଲୁପାତ୍ରକୁ ଡକାଯିବାପରେ ୬ଫୁଟ ଲମ୍ବର ଏହି ନାଗସାପଟିକୁ ଧରି ଚନ୍ଦକା ଜଙ୍ଗଲରେ ଛାଡିଥିବାର ଜଣାପଡିଛି ।ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ ।

Leave A Reply

Your email address will not be published.